ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜୁ ଯୁବ-ଛାତ୍ର ଜନତା ଦଳର ପ୍ରସ୍ତୁତି ବୈଠକ

Advertisment
ଭୋଟର ସଚେତନତା ପାଇଁ ପ୍ରତିଯୋଗିତା

NDTV.com

ଭୁବନେଶ୍ବର : ବ୍ରଜରାଜନଗର ଉପନିର୍ବାଚନ ପାଇଁ ବୁଧବାର ଦିନ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିଜିଟାଲ ପ୍ଲାଟଫର୍ମରେ ହୋଇଥିବା ଏହି ବୈଠକରେ ବିଧାୟକ ତଥା ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ-ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ ଅଧ୍ୟକ୍ଷତା କରି ବିଜୁ ଯୁବ ଓ ଛାତ୍ର ଜନତା ଦଳର ନିର୍ବାଚନୀ ରଣନୀତି ଏବଂ ପ୍ରତ୍ୟେକ କର୍ମକର୍ତ୍ତାଙ୍କ ଦାୟିତ୍ବ ସମ୍ପର୍କରେ ଆଲୋଚନା କରିଥିଲେ।

ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଥିବା ଅଳକା ମହାନ୍ତି ଏଥିରେ ଯୋଗଦେଇ କହିଥିଲେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସ୍ବର୍ଗତ ମହାନ୍ତି ଦେଖିଥିବା ସ୍ବପ୍ନକୁ ମୁଁ ପୂରଣ କରିବାକୁ ନିର୍ବାଚନରେ ପ୍ରାର୍ଥୀ ହୋଇଛି। ଦଳର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ହେଉଛନ୍ତି ଏହି ଯୁଦ୍ଧର ସାରଥୀ।

ବିଜୁ ଯୁବ ଜନତା ଦଳର ସଭାପତି ତଥା ବିଧାୟକ ବ୍ୟୋ‌ମକେଶ ରାୟ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ, ଶୁଭେନ୍ଦୁ ମଙ୍ଗରାଜ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅଭିନାଶ ଠାକୁର, ଝାରସୁଗୁଡ଼ା ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରଶାନ୍ତ ଜେନା, ଝାରସୁଗୁଡ଼ା ଜିଲ୍ଲା ଛାତ୍ର ସଭାପତି ପଲାଶ କର୍ମାକରଙ୍କ ସମେତ ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଯୁବ, ଛାତ୍ର ନେତୃବୃନ୍ଦ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe