ବିଜୁବାବୁଙ୍କ କଳିଙ୍ଗନଗର ସ୍ମୃତିସ୍ଥଳ ତାଡ଼ିଦେ‌‌ଲେ

ପାଇପ ବିଛାଇବା ପରେ ସ୍ମୃତିସ୍ଥଳ ପୁନରୁଦ୍ଧାର କରାଯିବ: ଜେଏସ୍‌ଡବ୍ଲୁ

ବିଜୁବାବୁଙ୍କ କଳିଙ୍ଗନଗର ସ୍ମୃତିସ୍ଥଳ ତାଡ଼ିଦେ‌‌ଲେ

ଯାଜପୁର/ଯଖପୁରା: କଳିଙ୍ଗନଗର ଶିଳ୍ପାଞ୍ଚଳର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ସ୍ଥାନକୁ ଆଜି ଜେଏସଡବ୍ଲୁର ପାଇପ ବିଛାଉଥିବା ଠିକାଦାର ତାଡ଼ି ଦେଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ଥାନୀୟ ଲୋକମାନେ ପାଇପ ପକାଇବା କାମକୁ ବିରୋଧ କରି ବନ୍ଦ କରି ଦେଇଛନ୍ତି।

ପ୍ରକାଶ ଥାଉକି ୧୯୯୨ ମସିହା ମେ ୧୦ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ବ୍ରିଟିଶ ହାଇକମିସନର ସାର୍ ନକୋଲସ ଫେନ୍ ଓ  ଶିଳ୍ପପତି  ସ୍ବରାଜ ପଲଙ୍କ ଦ୍ବାରା ଯଖପୁରାଠାରେ କଳିଙ୍ଗନଗର ଶିଳ୍ପାଞ୍ଚଳର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଠାରେ  ୩ଟି କଦମ୍ବ ଗଛ ଲଗାଇଥିଲେ। ଏହି ସ୍ଥାନଟି କଳିଙ୍ଗନଗର ଶିଳ୍ପାଞ୍ଚଳର ଏକ ସ୍ମରଣୀୟ ସ୍ଥାନ। ଆଜି ଜେଏସଡବ୍ଲୁ ପାଇପ ବିଛାଇବା ବେଳେ ଏହାକୁ ଖୋଳି ଦେଇଛି। ଏହି ପାଇପ କାମ କେନ୍ଦୁଝର ଜିଲ୍ଲାର ବଡ଼ବିଲରୁ  ପାରାଦୀପ ପର୍ଯ୍ୟନ୍ତ ଚାଲିଛି। ପାଇପ ପକାଇବାବେଳେ  ବିଜୁବାବୁଙ୍କ ସ୍ମୃତିଥିବା ପାର୍କକୁ ଖୋଳି ଦେବାରୁ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ବିରୋଧ କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ଏହି ଘଟଣା ଉପରେ  ଜେଏସଡବ୍ଲୁ କର୍ତ୍ତୃପକ୍ଷ ନିଜ ପକ୍ଷ ରଖି କହିଛନ୍ତି ଯେ ପାଇପ ବିଛା କାମ ଶେଷ ପରେ ଏହି ସ୍ମୃତିସ୍ଥଳକୁ ଅଧିକ ଆକର୍ଷଣୀୟ କରି ନିର୍ମାଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe