ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ହେଲେ ବିକାଶ ଧଳ 

Advertisment
ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ହେଲେ ବିକାଶ ଧଳ 
ଭଦ୍ରକ: ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ ଭଦ୍ରକର ଯୁବ ନେତା ବିକାଶ ଧଳଙ୍କୁ ମନୋନୀତ କରାଯାଇଛି। ଏ ନେଇ ଶ୍ରୀ ଧଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସାଧାରଣ ସମ୍ପାଦକ (ଛାତ୍ର ଓ ଯୁବ ବ୍ୟାପାର) ତଥା କଳାହାଣ୍ଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣଵ ବଳବନ୍ତରାୟ, ରାଜ୍ୟ ଛାତ୍ର ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲି ବିଧାୟକ ଡ଼ ବ୍ୟୋମକେଶ ରାୟ, ରାଜ୍ୟ ବିଜୁ ଜନତା ଦଳର ମିଡିଆ ପ୍ୟାନେଲିଷ୍ଟ ସ୍ଵୟଂ ପ୍ରକାଶ ମହାପାତ୍ର ଏବଂ ଜିଲ୍ଲାର ସମସ୍ତ ନେତୃତ୍ୱମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଏଥି ସହ ଦଳ ତାଙ୍କ ଉପରେ ଯେଉଁ ବିଶ୍ୱାସ ଓ ଭରଷା ରଖି ଗୁରୁ ଦାୟିତ୍ବ ଦେଇଛନ୍ତି ତାହାକୁ ସେ କେବେ ବ୍ୟର୍ଥ ହେବାକୁ ଦେବେ ନାହିଁ। ବିଜୁ ଜନତା ଦଳ ପକ୍ଷରୁ ଯାହା ନିର୍ଦ୍ଦେଶ ଓ ଦାଇତ୍ଵ ମିଳିବ ତାହାକୁ ସେ ପାଳନ କରିବେ ଏବଂ ତୃଣମୂଳ ସ୍ତରରୁ ଦଳକୁ ଆହୁରି ସଶକ୍ତ କରିବା ସହ ଶୃଙ୍ଖଳା ଓ ନିଷ୍ଠାପର ଭାବେ ସେବା ଭାବନା ରଖି ତୁଲାଇବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe