ଦୁଇ ବାଇକ୍ ଧକ୍କା: ଜଣେ ମୃତ, ୨ ଗୁରୁତର

Advertisment

ପୁଅ ସାମନାରେ ଚାଲିଗଲା ବାପର ଜୀବନ

ପୁଅ ସାମନାରେ ଚାଲିଗଲା ବାପର ଜୀବନ

କାର ଧକ୍କାରେ ୨ ଜଣ ଛାତ୍ର ମୃତ, ୨ ଗୁରୁତର

Image Courtesy of Deccan Herald

କୋକସରା/କଲମପୁର: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଛକରୁ ଜୟପାଟଣାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଦୁଲକିବନ୍ଧ ଦୁର୍ଗା ମନ୍ଦିର ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ସୂଚନାମତେ, ଦୁଲକିବନ୍ଧ ଗ୍ରାମର ତିଲ ରାଉତ ନିଜ ୪ ବର୍ଷର ଶିଶୁ ପୁତ୍ର ସିଦ୍ଧୁକୁ ଡାକ୍ତରଖାନା ନେଇଥିବା ବେଳେ ଏକ ବାଇକ୍‌ରେ ଜୟପାଟଣା ପଟରୁ ଗାଁକୁ ଫେରୁଥିଲେ।

ଏହି ସମୟରେ ବିପରୀତ ଦିଗରୁ ଅନ୍ୟ ଏକ ବାଇକ୍ ଯୋଗେ ଶିକ୍ଷକ ପିଙ୍କୁ ଶବର ନିଜ ଘର ବିଜମରା ଗାଁକୁ ଆସୁଥିବା ବେଳେ ଦୁଲକିବନ୍ଧ ଦୁର୍ଗା ମନ୍ଦିର ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେଇଥିଲା। ଘଟଣାସ୍ଥଳରେ ତିଲ ରାଉତଙ୍କ ମୃତ୍ୟୁ ଘଟିଥିବା ବେଳେ ସିଦ୍ଧୁ ଓ ପିଙ୍କୁ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe