ଶ୍ବଶୁର ଘରକୁ ନୂଆଁଖାଇ ବାସି ମାନିବାକୁ ଆସିଥିଲେ, ବାଇକ୍‌ ଦୁର୍ଘଟଣାରେ ୨ ମୃତ

Advertisment
ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡେ଼ନ ଥାନା ଖଇରଭାଡ଼ି ଗ୍ରାମ ନିକଟରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ଲିଟିସର୍ଗୀ ଗ୍ରାମ ତୁଳସୀପଡ଼ାର କ୍ଷୀରସିନ୍ଧୁ ଘିଭେଲା (୨୫ବର୍ଷ) ଓ କୁଞ୍ଜବିହାରୀ ଭୋଇ (୨୬ବର୍ଷ)। ଉଭୟେ ଶୁକ୍ରବାର କ୍ଷୀରସିନ୍ଧୁଙ୍କ ଶ୍ବଶୁର ଘର ଖଇରଭାଡ଼ି ଗ୍ରାମରୁ ନୂଆଁଖାଇ ବାସି ମାନି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, କ୍ଷୀରସିନ୍ଧୁ ଶୁକ୍ରବାର ତାଙ୍କ ଶ୍ବଶୁର ଘରକୁ ନୂଆଁଖାଇ ବାସି ମାନିବାକୁ କୁଞ୍ଜବିହାରୀଙ୍କ ସହିତ ବାଇକ୍‌ରେ ଆସିଥିଲେ।

ଫେରୁଥିବା ସମୟରେ ଦ୍ରୁତ ଗତିରେ ଥିବା ବାଇକ୍‌ (ଓଡି ୨୬ ଇ ୪୬୪୯) ଖଇରଭାଡ଼ି ଓ ବାବେବିର ମଝିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାଇକ୍‌ ସହ ଉଭୟେ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ କ୍ଷୀରସିନ୍ଧୁଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ କୁଞ୍ଜବିହାରୀଙ୍କୁ ଆମ୍ବୁଲାନ୍ସ ଯୋଗେ ବୋଡେ଼ନ ଡାକ୍ତରଖାନାକୁ ଅଣାଯାଇଥିଲା। ପରେ ତାଙ୍କୁ ଖଡ଼ିଆଳ ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ସେଠାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୃ ହୋଇଥିବା ଜଣାପପଡ଼ିଛି। ଶନିବାର ଶବ ବ୍ୟବଚ୍ଛେଦ ପରେ  ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe