ବାଇକ୍‌ ଦୁର୍ଘଟଣା: ୨ ସାଙ୍ଗ ମୃତ

Advertisment
ଦୁର୍ଘଟଣାରେ ଯୁବକ ମୃତ, ଶଳା ଓ ଭିଣୋଇ ଗୁରୁତର

Photo by : punjabtribune.com

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଚାରମାଳ-କେଉଁଟିବାହାଳ ରାସ୍ତାରେ ସୋମବାର ରାତିରେ ଦୁର୍ଘଟଣା ଘଟି ଦୁଇ ବନ୍ଧୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସେମାନେ ହେଲେ ସ୍ଥାନୀୟ ସାନମୁଗପାଳ ଗାଁର ବିଜୟ ଡୁଂଡୁଂ (୨୬) ଓ ଜୋହନ ଲୁଗୁନ (୩୫)। ଉଭୟେ ବାଇକ୍‌ (ଓଆର ୦୨ଭି ୦୬୭୭)ରେ ନିଜ ଗାଁ ସାନମୁଗପାଳକୁ ଯାଉଥିଲେ। ରାସ୍ତାରେ ଥିବା ଏକ ହ୍ୟୁମ ପାଇପରେ ବାଇକ୍‌ ପିଟି ହେବାରୁ ଭାରସାମ୍ୟ ହରାଇ ପଡ଼ି ଯାଇଥିଲେ। ଏକ ଧାନ କିଆରିରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ରାତିରେ ଦୁର୍ଘଟଣାର କେହି ଟେର ସୁଦ୍ଧା ପାଇ ନଥିଲେ। ମଂଗଳବାର ସକାଳେ ପୁଲିସ ଖବର ପାଇ ଶବ ଦୁଇଟିକୁ ରେଢ଼ାଖୋଲ ଡାକ୍ତରଖାନା ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ବିଜୟ ଅବିବାହିତ ଥିବା ବେଳେ ପରିବାରର ଏକମାତ୍ର ପୁଅ ଜୋହନଙ୍କ ଦୁଇଟି ପୁଅ ଅଛନ୍ତି। ଉଭୟ ପରିବାର ବର୍ଗଙ୍କ ମାନସିକ ଅବସ୍ଥାକୁ ଏହି ଦୁର୍ଘଟଣା ଦୋହାଲାଇ ଦେଇଛି। କାନ୍ଦ ବୋବାଲିରେ ଗାଁ ପରିବେଶ ଶୋକାକୁଳ ରହିଛି। ଗାଁ ନିକଟ ଶ୍ମଶାନରେ ଜୋହନ ଓ ବିଜୟଙ୍କ ଶବ ସତ୍କାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe