ରାସ୍ତାରେ ପିଟିହେଲା ବାଇକ: ଜଣେ ମୃତ, ଜଣେ ଗୁରୁତର

Advertisment
ରାସ୍ତାରେ ପିଟିହେଲା ବାଇକ: ଜଣେ ମୃତ, ଜଣେ ଗୁରୁତର

Telegraph India

ରାଉରକେଲା: ଗତକାଲି ରାତିରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜରେଇକେଲା ଧାତକଡିହି ନିକଟରେ ସଡ଼କ ଦୁର୍ଘଟଣା ହୋଇଥିଲା l ଭାରସାମ୍ୟ ହରାଇ ମୋଟରବାଇକ୍‌ ରାସ୍ତାରେ ପିଟି ହୋଇଯିବାରୁ ଘଟଣାସ୍ଥଳରେ ମୋଟର ବାଇକ ଆରୋହୀ ସମେତ ଦୁଇ ଜଣ ଗୁରୁତର ହୋଇଥିଲେ l ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆହତଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ବିଶ୍ରା ପୁଲିସ ଆଜି ମୃତକର ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସାମ୍ନାରେ କୁକୁର ଆସିଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ମୃତକର ନାଁ ରଣଜିତ ମହାତୋ ହୋଇଥିବା ବେଳେ ଆହତ ଥିବା ବ୍ୟକ୍ତିଙ୍କ ନାଁ ରଘୁନାଥ ମହାତୋ ବୋଲି ଜଣାପଡିଛି |

ବିଶ୍ରା ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତବାକ, ଝାଡଖଣ୍ଡ ମନୋହରପୁର ବାରଙ୍ଗର ରଘୁନାଥ ମହାତୋ ସମ୍ପର୍କୀୟ ରଣଜିତ ମହାତୋଙ୍କ ମୋଟରବାଇକ୍‌ରେ ବିଶ୍ରା ଆସୁଥିଲେ। ରଘୁନାଥ ମୋଟରବାଇକ୍‌ ଚଳାଉଥିଲେ, ରଣଜିତ ପଛରେ ବସିଥିଲେ। ରାତି ପ୍ରାୟ ସାଢ଼େ ୮ଟାରେ ଜରେଇକେଲା ଧାତକଡିହି ରାସ୍ତାରେ ହଠାତ୍‌ କୁକୁର ସାମ୍ନାକୁ ଆସି ଯାଇଥିଲା। ଫଳରେ ରଘୁନାଥ ଭାରସାମ୍ୟ ହରାଇ ମୋଟରବାଇକ୍‌ ସହ ରାସ୍ତାରେ ପିଟି ହୋଇଯାଇଥିଲ। ପଛରେ ବସିଥିବା ରଣଜିତ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ଦୁହିଁଙ୍କୁ ଉଦ୍ଧାର କରି ଆଇଜିଏଚ୍‌ରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ରଣଜିତଙ୍କର ମୃତ୍ୟୁ ହୋଇଯାଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe