Image Courtesy of India Today
ଥୁଆପାଲି: ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍ ବସେଇକେଲା ରାସ୍ତାରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭେଡ଼େନ ଗ୍ରାମର ଚିନ୍ତାମଣି ମେହେର। ସୂଚନାନୁସାରେ, ଶନିବାର ସନ୍ଧ୍ୟାରେ ଚିନ୍ତାମଣି ବସେଇକେଲାଠାରେ ହେଉଥିବା ବାଲିଯାତ୍ରା ମହୋତ୍ସବକୁ ବାଇକ୍ (ଓଡି୧୭-ଏକ୍ସ-୮୯୪୫)ରେ ନିଜ ବ୍ୟବସାୟିକ ସାମଗ୍ରୀ ନେଇ ଯାଉଥିଲେ। ଗୁରୁପାଲି ନିକଟସ୍ଥ ନାଳାର ପୋଲ ଉପରୁ ତଳକୁ ବାଇକ୍ ସହ ଖସି ପଡ଼ିଥିଲେ।
ଫଳରେ ସେ ପାଣି ଭିତରେ ବାଇକ୍ ତଳେ ଚାପି ହୋଇଯାଇଥିବା ଅନୁମାନ କରାଯାଉଛି। ସକାଳୁ ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ଜାଣିପାରି ଭେଡ଼େନ ଥାନାକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ସହ ତାଙ୍କ ଶବ ଉଦ୍ଧାର କରିଥିଲା। ଶବ ବ୍ୟବଚ୍ଛେଦ ପାଇଁ ବରଗଡ଼କୁ ପଠାଇ ପୁଲିସ ତଦନ୍ତ ଜାରି ରଖିଛି। ସେ ଚଷମା, ବେଲ୍ଟ, ପର୍ସ ଆଦି ବ୍ୟବସାୟ କରୁଥିଲେ। ତାଙ୍କ ମୃତ୍ୟୁକୁ ନେଇ ନାନା ଚର୍ଚା ମଧ୍ୟ ଲାଗି ରହିଛି।
Follow Us