ବାଇକ ଦୁର୍ଘଟଣା: ଦେହରୁ ଅଲଗା ହୋଇ କ୍ରେନ୍‌ରେ ଝୁଲି ରହିଲା ହାତ

ଗୁରୁବାର ଅପରାହ୍ଣ ୩ଟା ସମୟରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଉଢୁରା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଦେହରୁ ହାତ ଅଲଗା ହୋଇଯାଇଛି। ସେ ବହୁ ଦିନରୁ ରାସ୍ତାକଡ଼ରେ ରହିଥିବା ଏକ କ୍ରେନ ସହିତ ଧକ୍କା ହୋଇଥିଲେ...

Bike accident: Hand separated from body and left hanging from crane

Bike accident: Hand separated from body and left hanging from crane Photograph: (sambad.in)

ବେଲଗୁଣ୍ଠା: ଗୁରୁବାର ଅପରାହ୍ଣ ୩ଟା ସମୟରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଉଢୁରା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଦେହରୁ ହାତ ଅଲଗା ହୋଇଯାଇଛି। ଯୁବକ ଜଣଙ୍କ ହେଉଛନ୍ତି ଜଗନ୍ନାଥ ପ୍ରସାଦ ଥାନା ପଞ୍ଚଭୂତି ଗ୍ରାମର ଗୋବିନ୍ଦ ବିଷୋୟୀ (୪୫)। ସୂଚନା ଅନୁସାରେ   ଅପରାହ୍ନରେ ଗୋବିନ୍ଦ ଓଡି୦୭ ଏଏମ ୩୬୫୦ ନମ୍ବର୍ ବିଶିଷ୍ଟ ମୋଟର ସାଇକେଲ୍ ଯୋଗେ ବେଲଗୁଣ୍ଠା ପଟୁ ନିମପଦର ନିଜ ଶ୍ବଶୁର ଘରକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଜଗନ୍ନାଥ ପ୍ରସାଦ ରାସ୍ତାର ଉଢୁରା ଗ୍ରାମ ଛକ ଠାରୁ ଅଳ୍ପ ଦୂରରେ ବହୁ ଦିନରୁ ରାସ୍ତାକଡ଼ରେ ରହିଥିବା ଏକ କ୍ରେନ ସହିତ ଧକ୍କା ହୋଇଥିଲେ।

ଫଳରେ ଗୋବିନ୍ଦଙ୍କ ବାମ ପଟ ହାତ କାନ୍ଧ ପାଖରୁ କିଛି ଅଂଶ ଛାଡ଼ି ଅବଶିଷ୍ଟ ଛିଣ୍ଡି ଯାଇ କ୍ରେନ୍‌ରେ ଝୁଲି ରହିଥିଲା।  ସେଠାରେ ଗୋବିନ୍ଦ ପଡିଯିବା ସହ  ବାଇକଟି ବାମ ପଟରୁ ପ୍ରାୟ ୨୦୦ ମିଟର ରାସ୍ତା ଅତିକ୍ରମ କରି ଡାହାଣ ପଟ ବିଲକୁ ଖସି ଯାଇଥିଲା।

ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ମଧ୍ୟ, ଦୀର୍ଘ ସମୟ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ନ ଆସିବାରୁ ସେମାନେ ଏକ ଅଟୋ ସାହାଯ୍ୟରେ ଗୋବିନ୍ଦଙ୍କ ପରିବାର ଲୋକଙ୍କ ସହିତ ଛିଣ୍ଡି ଯାଇଥିବା ହାତ ଧରି ଭଞ୍ଜନଗର ମେଡିକାଲକୁ ପଠାଇ ଥିଲେ।    ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବରଙ୍କ ନିର୍ଦ୍ଦେଶକ୍ରମେ ଏ.ଏସ.ଆଇ ପ୍ରମୋଦ କୁମାର ଚେଟି ତାଙ୍କ ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାକୁ ଅନୁଧାନ କରିବା ସହିତ ବାଇକ ଜବତ କରିଥିଲେ। ବାଇକ ଚାଳକ ଗୋବିନ୍ଦଙ୍କ ପରିସ୍ଥିତି ବର୍ତ୍ତମାନ ସଂକଟାପନ୍ନ ଥିବା ଜଣାପଡିଛି।

ganjam | Accident 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe