ଭଦ୍ରକ: ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ପଲଦାସ୍ଥିତ ବ୍ୟାଙ୍କ ନିକଟରେ ଆଜି ଅପରାହ୍ଣରେ ଦୁଇଟି ବାଇକ୍ ମଧ୍ୟରେ ଧକ୍କା ହୋଇଛି। ଫଳରେ ବାଇକ୍ ୨ଟି ଜଳି ଯାଇଥିବା ବେଳେ ଜଣେ ଆରୋହୀ ଗୁରୁତର ହୋଇଛନ୍ତି।
ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ପଲଦା ବ୍ୟାଙ୍କ ନିକଟରେ ଦୁଇ ବାଇକ୍ର ଚାଳକ ଭାରସାମ୍ୟ ହରାଇଥିଲେ। ଦୁର୍ଘଟଣା ଭୟଙ୍କର ଥିଲା। ଫଳରେ ବାଇକ୍ ଜଳି ଯାଇଥିଲା। ଜଣେ ଆରୋହୀ ଗୁରୁତର ଥିବାରୁ ତାଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି।
Follow Us