ଗଛରେ ପିଟିହେଲା ବାଇକ୍; ୩ ମୃତ, ଜଣେ ଆହତ

Advertisment
ଦୁର୍ଘଟଣାରେ ବାଇକ୍‌ ଚାଳକ ମୃତ

Illustration Courtesy: The Hindu

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଏମ୍‌ଭି-୧୬ ଗ୍ରାମ ନିକଟରେଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ଜଣାପଡିଛି। ମିଳିଥିବା ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନେ ହେଲେ ଶିଖପାଲୀ ଗ୍ରାମର ରାଜା ମାଢି(୪୨), ତଳାଗୁଡାର ମୁକୁନ୍ଦ ପଡିଆମି(୩୦)  ଏବଂ ଅନ୍ୟ ଜଣେ ୧୭ ବର୍ଷର ସିନ୍ଧ୍ରିମାଳର ଯୁବତୀ ହୋଇଥିବା ବେଳେ ତାଙ୍କର ପରିଚୟ ମିଳିନାହିଁ। ଶିଖପାଲୀ ଗ୍ରାମର ସୁନିତା ମାଢି(୧୭) ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ ଶିଖପାଲୀ ଗ୍ରାମରୁ ମାଲକାନଗିରି ନିକଟସ୍ଥ ସିନ୍ଧ୍ରିମାଳ ଗ୍ରାମକୁ ଗୋଟିଏ ମୋଟର ସାଇକଲରେ ଚାରି ଜଣ ବସି ଆସୁଥିବା ବେଳେ ଏମ୍‌ଭି-୧୬ ନିକଟସ୍ଥ ଏକ ଗଛରେ ପିଟି ହୋଇଥିଲେ। ଫଳରେ ଚାରି ଜଣ ବାଇକରୁ ଛିଟିକି ପଡିଥିଲେ। ସେଥିମଧ୍ୟରୁ ୩ ଜଣ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରିଥିଲା।

ଘଟଣାସ୍ଥଳରେ ପୁଲିସ ସହପଞ୍ଚି ଶବକୁ ଜବତ କରିବା ସହ ଆହତ ସୁନିତାଙ୍କୁ ମେଡିକାଲରେ ଭର୍ତ୍ତି କରାଇଛି। ତେବେ କିପରି ଦୁର୍ଘଟଣା ହେଲା ତାହା ସ୍ଥାନୀୟ ଲୋକେ କେହି କହି ପାରୁନାହାଁନ୍ତି। ତେବେ ଗାଡି ଦ୍ରୁତ ଗତିରେ ଥାଇପାରେ ବୋଲି ସ୍ଥାନୀୟ ଲୋକେ ସଂଦେହ ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe