ବାଇକ୍‌କୁ ପିଟିଲା ଟ୍ରକ୍:ଯୁବକ ମୃତ, ଯୁବତୀ ଗୁରୁତର

Advertisment
ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

ବରଗଡ଼:  ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଗଂଗେଇ ବୁଲାଣି ରାସ୍ତା ନର୍ସରି ନିକଟରେ ଶନିବାର ସକାଳ ୭ଟାରେ ବାଇକ୍‌କୁ ଟ୍ରକ୍ ଧକ୍କା ଦେଇଛି। ଏଥିରେ ବାଇକ୍‌ ଚାଳକ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ସଂପର୍କୀୟ ଭଉଣୀ ଗୁରୁତର ହୋଇଛନ୍ତି। ମୃତ ଯୁବକ ଜଣକ ଉତ୍ତମ ଗ୍ରାମର ଜିତେନ୍ଦ୍ର ମଲ୍ଲିକ (୨୦)। ସେ ଭଟଲି ଥାନା ଅନ୍ତର୍ଗତ ସୁକୁଡା ଗ୍ରାମରୁ ଏକ ବାଇକରେ ତାଙ୍କ ସଂପର୍କୀୟ ଭଉଣୀ କଳ୍ପନା ବାଗ (୧୮)ଙ୍କୁ ନେଇ ଅମ୍ବାଭୋନା ଥାନା ଅନ୍ତର୍ଗତ ବେନିଆଁପାଲି ଗ୍ରାମ ମାମୁଁ ଘରକୁ ଆସୁଥିଲେ।

ଅମ୍ବାଭୋନା ପଟରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ (ଓଡି ୦୫ଏ ୩୩୨୧) ଧକ୍କା ଦେଇଥିଲା। ଉଭ‌େୟ ରାସ୍ତା ଉପରେ ଛିଟକି ପଡ଼ିଥିଲେ।  ଦମକଳ ବାହିନୀ ସେମାନଙ୍କୁ ଉଦ୍ଧାର କରି ଭୁକ୍ତା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଜିତେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।  ଗୁରୁତର କଳ୍ପନାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଫେରାର୍‌ ମାରୁଥିବା ଟ୍ରକ୍କୁ ଅମ୍ବାଭୋନା ପୁଲିସ ଗୋଡ଼ାଇ ଭଟଲି ଠାରେ ଧରିଥିଲା। ସେଠାରେ ଡ୍ରାଇଭରକୁ ଗିରଫ କରି ଅମ୍ବାଭୋନା ଥାନାକୁ ଅଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe