ବାଇକ୍ ଦୁର୍ଘଟଣାରେ ଚାଳକ ମୃତ  

Advertisment
କାର ଧକ୍କାରେ ୨ ଜଣ ଛାତ୍ର ମୃତ, ୨ ଗୁରୁତର

Image Courtesy of Deccan Herald

ଜମନକିରା: ଜମନକିରା- ଫାଶିମାଲ ପିଡବ୍ଲୁଡି ରାସ୍ତାର ଷଣ୍ଢପଥର ମାର୍କେଟୟାର୍ଡ ସମ୍ମୁଖ ବୁଲାଣିରେ ଶୁକ୍ରବାର ଅପରାହ୍‌ଣ ୫ଟାରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ବାଇକ ଚଳକଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ ଚାଳକଙ୍କ ପରିଚୟ ଜଣାପଡ଼ି ନାହିଁ।

ସୂଚନା ଯୋଗ୍ୟ, ଶୁକ୍ରବାର ଅପରାହ୍‌ଣ ପ୍ରାୟ ୫ଟାରେ ଫାଶିମାଲ ପଟୁ ଦ୍ରୁତଗତିରେ ବାଇକ (ଓଆର୍‌ ୧୫ ଏମ୍ ୪୦୩୯)ରେ ଜଣେ ଯୁବକ ଆସୁଥିବା ବେଳେ ଆର୍‌ଏମ୍‌ସି ମାର୍କେଟ ୟାର୍ଡ ନିକଟ ବୁଲାଣିରେ ଭାରସାମ୍ୟ ହରାଇ ବାମ ପାର୍ଶ୍ୱରେ ଥିବା ଷଣ୍ଢପଥର ହାଇସ୍କୁଲ ପାଚେରି ସଂଲଗ୍ନ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ପଡ଼ିଥିଲେ। ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଓଡ୍ରାଫ ଟିମ୍‌ ଉଦ୍ଧାର କରି ଜମନକିରା ଡାକ୍ତରଖାନା ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ କୁଚିଣ୍ଡା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୁଲିସ ଏକ ମାମଲା ରୁଜୁକରି ବାଇକକୁ ଜବତ କରିବା ସହ ମୃତ ବ୍ୟକ୍ତିର ପରିଚୟ ଖୋଜୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe