ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

Advertisment

କାକା ଏବଂ ଅନ୍ୟ ଜଣେ ଗୁରୁତର

କାକା ଏବଂ ଅନ୍ୟ ଜଣେ ଗୁରୁତର

ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ସୋନପୁର: ଶନିବାର ସଂଧ୍ୟାରେ ସୋନପୁର ନଳିନୀ ଛକ ନିକଟରେ ଏକ ପିକ୍‌ଅପ୍‌ ଦୁଇଟି ବାଇକ୍‌କୁ ଧକ୍କା ଦେବାରୁ ପୁତୁରାର ମୃତ୍ୟୁ ଘଟିଥିବା ବେଳେ କାକା ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ବୌଦ୍ଧ ଜିଲ୍ଲା ମନମୁଣ୍ତା ଥାନା ଜାଲପାଲି ଗାଁର ପ୍ରମୋଦ ସୁନା (୨୪) ଏବଂ ଆହତମାନେ ହେଲେ ମନମୁଣ୍ତା ଥାନା ତାଲପଦର ଗାଁର ପରମାନନ୍ଦ ବାରିକ (୫୨) ଏବଂ ଜାଲପାଲିର ଗୁରୁ ସୁନା (୩୬) ବୋଲି ଜଣାପଡ଼ିଛି।

ପ୍ରମୋଦ ସୁନା ଏବଂ ତାଙ୍କ କାକା ଗୁରୁ ସୁନା ବାଇକରେ ଔଷଧ କିଣିବା ପାଇଁ ସୋନପୁର ଆସୁଥିଲେ ଏବଂ ତାଲପଦରର ପରମାନନ୍ଦ ବାରିକ ଏବଂ ତାଙ୍କ ପତ୍ନୀ ସଂଯୁକ୍ତା ଅନ୍ୟ ଏକ ବାଇକ୍‌ରେ କୌଣସି କାମରେ ସୋନପୁର ଆସି ନିଜ ଗାଁ ଫେରୁଥି​ଲେ। ଏହି ସମୟରେ ସୋନପୁରରୁ ବୌଦ୍ଧ ଆଡ଼କୁ ଯାଉଥିବା ଏକ ପିକ୍‌ଅପ୍‌ ନଳନୀ ଛକ ନିକଟରେ ଉଭୟ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ ଆରୋହୀମାନେ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଡାକ୍ତରକାନାରେ ପ୍ରମୋଦଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୋନପୁର ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe