ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ

Advertisment
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ଆନନ୍ଦପୁର : ଆନନ୍ଦପୁର ଥାନା ଫକୀରପୁରଛକରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଯୁବକ ଗୁରୁତର ‌ହୋଇଛନ୍ତି। ମୃତକ ଜଣଙ୍କ ହେଲେ ତରତରା ଗ୍ରାମର ଆଶିଷ କୁମାର ବେହେରା (୪୦)। ଆଜି ଦିନ ପ୍ରାୟ ଗୋଟାଏ ବେଳେ ଆଶିଷ ବାଇକ୍‌ରେ ଆସୁଥିବା ବେଳେ ସମ୍ମୁଖରୁ ଅନ୍ୟ ଏକ ବାଇକ୍‌ରେ ଆସୁଥିବା ମୟୂରଭଞ୍ଜ ଜିଲ୍ଲା ଗହଳଡ଼ିହା ଗ୍ରାମର ତପନ କୁମାର ନାଏକ (୩୪)ଙ୍କ ସହିତ ମୁହାଁମୁହିଁ ଧକ୍କା ହୋଇଥିଲେ।

ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥ‌ାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଉଥିବା ବେଳେ ବେଲବାହାଳି ନିକଟରେ ଆଶିଷଙ୍କ ମୃତ୍ୟୁ ଘଟିଥିଲା। ଆନନ୍ଦପୁର ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଦୁଇଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe