ବାଇକ୍‌ ଦୁର୍ଘଟଣାରେ ୧ ମୃତ, ଜଣେ ଗୁରୁତର

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବ୍ରାହ୍ମଣଗାଁ ଛକ ନିକଟରେ ଶନିବାର ସନ୍ଧ୍ୟା ୬ଟା ସମୟରେ ବାଇକ୍‌ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଲେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଭେଜିଗୋରା ଗ୍ରାମର ସୁଧାଂଶୁ ଭୋକ୍ତା (୧୮ବର୍ଷ)ଓ ରାଜନ ଭୋକ୍ତା (୪୦ବର୍ଷ) ଏକ ବାଇକ୍‌ ଯୋଗେ ତିଲେଶ୍ୱରରୁ ପୁରୁଣାକଟକ ପଟକୁ ଆସୁଥିବା ସମୟରେ ବ୍ରାହ୍ମଣଗାଁ ଛକଠାରେ ଭାରସାମ୍ୟ ହରାଇ ବାଇକ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ଉଭୟ ଗୁରୁତର ଆହତ ହୋଇଥିଲେ।

ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ରାଜନ ଭୋକ୍ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର। ଗୁରୁତର ସୁଧାଂଶୁ ଭୋକ୍ତାଙ୍କୁ ବୌଦ୍ଧ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ପୁରୁଣାକଟକ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe