ବାଇକ ଦୁର୍ଘଟଣା, ଜଣେ ମୃତ

ବିଷ ପିଇ ବୃଦ୍ଧଙ୍କ ଆତ୍ମହତ୍ୟା

sisat

କଣ୍ଟାମାଳ: କଣ୍ଟାମାଳ ବ୍ଲକ ପଲସାଗୋରା-ଗବଜୋର ରାସ୍ତା ଦପଲା ଛକ ନିକଟରେ ଏକ ବାଇକ ଦୁର୍ଘଟଣା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ପଲସାଗୋରା ଗ୍ରାମର ଉଦ୍ଧବ ବିଶ୍ଵାଳଙ୍କ ପୁଅ ମୁକେଶ ବିଶ୍ଵାଳ ଓ ପିପିଳିପାଲି ଗ୍ରାମର ଗୁପ୍ତେଶ୍ୱର ସାଲମା ଏକ ବାଇକ ଯୋଗେ କୌଣସି କାମରେ ଦପଲାରୁ ନିଜ ଘରକୁ ଫେରୁଥିଲେ।

ଦ୍ରୁତଗତିରେ ଆସୁଥିବା ଉକ୍ତ ବାଇକ ଦପଲା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ସେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍‌ସ ଯୋଗେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ମୁକେଶଙ୍କୁ  ମୃତ ଘୋଷଣା କରିଥିଲେ। ଗୁପ୍ତେଶ୍ୱର ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe