ବାଇକ୍ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଜୁନାପାଣି ନିକଟ ଗିରଲା ଛକ ଠାରେ ବୁଧବାର ସନ୍ଧ୍ୟା ୭ଟା ସମୟରେ ଦୁଇ ବାଇକ ମଧ୍ୟରେ ଧକ୍କା ହେବାରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି...

Bike accident: One dead, two seriously injured

Bike accident: One dead, two seriously injured Photograph: (sambad.in)

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଜୁନାପାଣି ନିକଟ ଗିରଲା ଛକ ଠାରେ ବୁଧବାର ସନ୍ଧ୍ୟା ୭ଟା ସମୟରେ ଦୁଇ ବାଇକ ମଧ୍ୟରେ ଧକ୍କା ହେବାରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ଡାବୁଗାଁ ଥାନା ଅନ୍ତର୍ଗତ ଛେଳିବେଡା ଗ୍ରାମର ପିତମ ଗୌଡ଼ (୩୦) ବୋଲି ଜଣା ପଡିଛି। ଘଟଣା ସ୍ଥଳରେ ଡାବୁଗାଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାଇ ଡାବୁଗାଁ ଥାନା ଅନ୍ତର୍ଗତ ଛେଳିବେଡା ଗ୍ରାମର ପିତମ ଗୌଡ଼ ଓ ଜୟରାମ ଭତରା ଦୁଇଟି ଘୁଷୁରି ବାଇକ୍‌ରେ ଧରି ନିଜ ଗ୍ରାମକୁ ସନ୍ଧ୍ୟାରେ ଫେରୁଥିଲେ।

ତେବେ ଡାବୁଗାଁ ଥାନା ଅନ୍ତର୍ଗତ ଗିରିଲା ଗ୍ରାମ ଛକ ନିକଟରେ ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ଛେଳିବେଡା ଗ୍ରାମର ଜୟରାମଙ୍କୁ ପରିସ୍ରା ଲାଗିବାରୁ ସେ ବାଇକ୍‌ରୁ ଓହ୍ଲାଇ ଥିଲେ। ପିତମ ଗୌଡ଼ ବାଇକ୍ ଉପରେ ଘୁଷୁରକୁ ଧରି ବସିଥିଲେ। ଠିକ୍ ଏହି ସମୟରେ ପଛରେ ବାଇକ୍‌ରେ ଆସୁଥିବା ମାଲ ବେଡା ଗ୍ରାମର ଫଗନୁ ଭତରା ଭାରସାମ୍ୟ ହରାଇ ସମ୍ମୁଖରେ ବାଇକ୍ ସହ ଠିଆ ହୋଇଥିବା ପିତମ ଗୌଡ଼ଙ୍କୁ ଜୋରରେ ଧକ୍କା ଦେଇଥିଲେ। ଏଥିରେ ୩ ଜଣ ରାସ୍ତା କଡ଼ରେ ଛିଟିକି ପଡ଼ିଥିଲେ।

ଘଟଣା ସ୍ଥଳରେ ଛେଳିବେଡା ଗ୍ରାମର ପିତମ୍ ଗୌଡ଼ଙ୍କ ମୃତ୍ୟୁ ହୋଇଥିବା ବେଳେ ମାଲ ବେଡା ଗ୍ରାମର ଫଗନୁ ଭତରା ଓ ଦଶରଥ ଭତରା ଗୁରୁତର ଆହତ ହୋଇଛନ୍ତି। ଦୁଇ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ଲାଗି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସାପରେ ଦୁଇ ଆହତଙ୍କୁ ନବରଙ୍ଗପୁର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ଡାବୁଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ସହ ଦୁର୍ଘଟଣା ଗ୍ରସ୍ତ ଦୁଇଟି ବାଇକ୍ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।

nabarangapur | Accident 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe