ବାରିପଦାରେ ଆରମ୍ଭ ହେଲା ବାଇକ୍‌ ଆମ୍ବୁଲାନ୍‌ସ ସେବା, ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସାଜିବ ବାହକ

Advertisment

ତ୍ବରିତ ସ୍ବାସ୍ଥ୍ୟସେବା ଯୋଗାଇବେ ୩ ବାଇକ୍‌ ଆମ୍ବୁଲାନ୍‌ସ

ତ୍ବରିତ ସ୍ବାସ୍ଥ୍ୟସେବା ଯୋଗାଇବେ ୩ ବାଇକ୍‌ ଆମ୍ବୁଲାନ୍‌ସ

ବାରିପଦାରେ ଆରମ୍ଭ ହେଲା ବାଇକ୍‌ ଆମ୍ବୁଲାନ୍‌ସ ସେବା, ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସାଜିବ ବାହକ

ବାରିପଦା: ଆଦିବାସୀ ଅଧ୍ୟୁଷିତ ଓ ବଣପାହାଡ଼ ଘେରା ମୟୂରଭଞ୍ଜ ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ବାଇକ୍‌ ଆମ୍ବୁଲାନ୍‌ସ ବ୍ୟବସ୍ଥା। ଜିଲ୍ଲାପ୍ରଶାସନ ତତ୍ୱାବଧାନରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏହି ବାଇକ ଆମ୍ବୁଲାନ୍ସ ସେବା ଜିଲ୍ଲାର ଖଣି ପାରିପାର୍ଶ୍ବିକ ଅଞ୍ଚଳରେ କାର୍ଯ୍ୟକାରୀ ହେବ। ବିଶେଷକରି ଅପହଞ୍ଚ ଓ ଦୁର୍ଗମ ଇଲାକାରେ ତ୍ବରିତ ସ୍ବାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଯୋଗଦେଇ ୩ଟି ନୂତନ ବାଇକ୍‌ ଆମ୍ବୁଲାନ୍ସକୁ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

publive-image

ଓମ୍ବାଡ୍‌ସି (ଓଡ଼ିଶା ଖଣିଜ ଆଧାରିତ ଅଂଚଳ ଉନ୍ନୟନ ନିଗମ) ଆର୍ଥିକ ସହାୟତାରେ ଜିଲ୍ଲାର ବିଶେଷ କରି ରାଇରଙ୍ଗପୁର, କୁସୁମି ଓ ଯଶିପୁର ଆଦି ଖଣି ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ତ୍ବରିତ ସେବା ନିମନ୍ତେ ପ୍ରଥମଥର ପାଇଁ ଏହା କାର୍ଯ୍ୟକାରୀ କରାଯାଇଛି । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ରୂପଭାନୁ ମିଶ୍ର , ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି, ଏଡିପିଏଚ୍ ଡା.ବନମାଳୀ ପ୍ରଧାନ, ଡିପିଏଚ୍‌ଓ ଡା. ଚାରୁବାଳା ରଥ, ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା.ସୁନନ୍ଦା ମିଶ୍ର, ଡିପିଏମ୍ (ଏନ୍‌ଆର୍‌ଏଚ୍‌ଏମ୍‌) ପି.ପି ପତି, ହସ୍ପିଟାଲ ମ୍ୟାନେଜର ସମୀର ମହାପାତ୍ର, ଡିଏମ୍‌ଆର୍‌ସିଏଚ୍ ବିଶ୍ୱରଞ୍ଜନ ରାଉତ, ଏଡିପିଏଚ୍‌ସିଓ ଦେବେନ୍ଦ୍ର ନାଥ ଦେହୁରୀ ପ୍ରମୁଖଙ୍କ ସମେତ ସଂପୃକ୍ତ ବିଭାଗ ପଦାଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe