(representational immage) Alcohol and Drug Foundation
ସୋନପୁର: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ସୋନପୁର ପୁଲିସ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ସର୍ଗିପାଲି ଗାଁର ସୁରେନ୍ଦ୍ର ମାଝୀ (୨୦) ଏବଂ ସୁନୀଲ ଓରଫ ସୁଶାନ୍ତ କହଁର(୧୯)ଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ କଣ୍ଟାମାଳ ପଟରୁ ଏକ ବାଇକରେ ଗଞ୍ଜେଇ ଧରି ଆସି ସୋନପୁର ବ୍ଲକ୍ ଛକ ନିକଟରେ ଠିଆ ହୋଇଥିଲେ।
ଏହି ସମୟରେ ପୁଲିସ ଚଢ଼ଉ କରି ସେମାନଙ୍କ ନିକଟରୁ ୯ କେଜି ୫୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଥିଲା। ଏହି ଘଟଣାରେ ସୋନପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏଥିସହ ବ୍ୟବହୃତ ବାଇକକୁ ମଧ୍ୟ ଜବତ କରାଯାଇଥିବା ପୁଲିସ ସୂଚନା ଦେଇଛି।
Follow Us