ରାସ୍ତା ଉପରେ ଜଳିଗଲା ବାଇକ୍‌

Advertisment
ରାସ୍ତା ଉପରେ ଜଳିଗଲା ବାଇକ୍‌

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଆହାର କେନ୍ଦ୍ର ନିକଟରେ ଥିବା ଏକ ୱେଲ୍‌ଡିଂ ଗ୍ୟାରେଜ୍‌ ସମ୍ମୁଖରେ ସୋମବାର ଅପରାହ୍ଣରେ ଏକ ମଟରସାଇକଲ୍‌ରେ ନିଆଁ ଲାଗି ଜଳିଯାଇଥିଲା। ସୂଚନାନୁସାରେ ଖଡ଼ିଆଳ ଥାନା ବିରିଘାଟ ଗ୍ରାମର ସୁଦର୍ଶନ ହଂସଙ୍କ ମଟରସାଇକଲ୍‌ (ଓଡି୦୩ଭି-୭୮୫୦)କୁ ତାଙ୍କର ସଂପର୍କୀୟମାନେ ଧରି ଖଡ଼ିଆଳକୁ କୌଣସି କାମରେ ଆସିଥିଲେ। ସେମାନେ ମଟରସାଇକଲ୍‌କୁ ଆହାର କେନ୍ଦ୍ର ନିକଟରେ ଥିବା ୱେଲ୍‌ଡିଂ ଗ୍ୟାରେଜ୍‌ ସମ୍ମୁଖରେ ରଖି ଆହାର କେନ୍ଦ୍ରକୁ ଖାଇବାକୁ ଯାଇଥିଲେ।

ଏହି ସମୟରେ ମଟରସାଇକଲ୍‌ରେ କୌଣସି କାରଣରୁ ନିଆଁ ଲାଗି ଜଳିଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ରାଜେଶ ସେଠୀ, ଚୋଲାମନି ସାହୁ, ମନୋଜ ଭୋଇ, ହରିହର ବରିହା, କ୍ଷୀରୋଦ ଧାରୁଆ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe