କଫ୍‌ ସିରପ୍‌ ପାଇଁ ବାଇକ୍‌ ଯାଂଚ, ମିଳିଲା ମାଉଜର୍‌, ୫ ଗୁଳି

Advertisment
କଫ୍‌ ସିରପ୍‌ ପାଇଁ ବାଇକ୍‌ ଯାଂଚ, ମିଳିଲା ମାଉଜର୍‌, ୫ ଗୁଳି

ଥୁଆପାଲି : କଫ୍‌ ସିରପ୍‌ ଚାଲାଣ ସନ୍ଦେହରେ ପୁଲିସ୍‌ ବାଇକ୍‌ ଯାଂଚ କଲା‌ବେଳେ ମିଳିଛି ମାଉଜର୍‌ ଓ ଗୁଳି। ଏ ଘଟଣାରେ ବରଗଡ଼ ଜିଲ୍ଲା ଭେଡ଼େନ ଥାନା ପୁଲିସ୍‌ ଭାଙ୍ଗକୁଦ ଗାଁର ଦେବେନ୍ଦ୍ର ଧର (୩୮)କୁ ଗିରଫ କରି କୋର୍ଟଚାଲାଣ କରିଛି। ବାଇକ୍‌ରୁ ୩୬୦ ବୋତଲ୍‌ କଫ୍ ସିରପ୍‌, ନିଶା ବଟିକା, ମାଉଜର ଓ ୫ଟି ଜୀବନ୍ତ ଗୁଳି ଜବତ ହୋଇଛି।

ମଙ୍ଗଳବାର ସକାଳ ୮ଟାରେ ଦେବେନ୍ଦ୍ର ନିଜ ବାଇକ୍‌ରେ କଫ୍‌ ସିରପ୍‌ ନେଇ ମହୁଲପାଲି ଅଭିମୁଖେ ଆସୁଥିଲା। ପୁଲିସ୍‌ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଛକ‌ ପାଖରେ ଜଗି ରଖିଥିଲା। ସକାଳ ୧୦ଟା ବେଳେ ଦେବେନ୍ଦ୍ର ଆସିବା ପରେ ତାକୁ ଗୋଡ଼ାଇ ପୁଲିସ୍‌ କାବୁ କରିଥିଲା। ଯାଂଚ ପରେ ବାଇକ୍‌ରୁ ବ୍ୟାପକ ନିଶା ସାମଗ୍ରୀ ସହ ମାରଣାସ୍ତ୍ର ଜବତ ହୋଇଥିଲା। ଭେଡ଼େନ ଅଂଚଳରେ ବ୍ୟାପକ ନିଶା କାରବାର ହେଉଥିବାର ଏହା ଆଉ ଏକ ପ୍ରମାଣ ହୋଇଥିବା ବେଳେ ଅପରାଧୀଙ୍କ ହାତରେ ମାଉଜର୍‌ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିବା ପୁଲିସ୍‌ର ଚିନ୍ତା ବଢ଼ାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe