bike hit behind bus, rider dead Photograph: (sambad.in)
ବାଲିଶଙ୍କରା: ତଲସରା ଥାନା ଅନ୍ତର୍ଗତ ତୁମୁଲିଆ ବଣ୍ଡା ପୋଲ ଉପରେ ବସ ପଛ ପଟେ ବାଇକ ପିଟିହେବାରୁ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଦେଓ ଭୁବନପୁର ପଞ୍ଚାୟତ ଟାଙ୍ଗରଯୋର ଗ୍ରାମର ରୋହନ ଛତ୍ରିଆ ( ୨୩) । ସୂଚନା ଅନୁଯାୟୀ, ରୋହନ ବାଇକ୍ ନମ୍ବର ଓଡି ୧୬ ୧୩୮୮ ଯୋଗେ ସବଡେଗାରୁ ଘରକୁ ଫେରୁଥିବାବେଳେ ତୁମୁଲିଆ ବଣ୍ଡା ପୋଲ ଉପରେ ଏକ ବସ୍(ଓଆର ୧୬ ବି ୮୮୨୫) ପଛ ପଟେ ବାଇକ୍ ପିଟିହେବାରୁ ରୋହନ ବାଇକରୁ ଛିଟିକି ପଡି ଗୁରୁତର ହୋଇଥିଲେ।
ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ସବଡେଗା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ପରେ ସୁନ୍ଦରଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରାଉରକେଲା ଡାକ୍ତରଖାନାକୁ ନିଆଯାଉଥିବାବେଳେ ବାଟରେ ରୋହନଙ୍କ ମୃତ୍ୟୁ ଘଟିଥିଲା।
ପରେ ମୃତକ ରୋହନଙ୍କ ବାପା ଦେବାନନ୍ଦ ଛତ୍ରିଆ ତଲସରା ଥାନାରେ ଅଭିଯୋଗ କରିବା ପରେ ପୁଲିସ ପହଞ୍ଚି ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ଡାକ୍ତରଖାନାକୁ ପଠାଇବା ସହ ଘଟଣାର ଅଧିକରୁ ଅଧିକ ତଦନ୍ତ ଚଳାଇଛି ।
sundargarh | Accident
Follow Us