ଟ୍ରାକ୍ଟର ପଛରେ ପିଟିଲା ବାଇକ, ଜଣେ ମୃତ

ସ୍କୁଲ୍‌ ବସ୍‌କୁ ଧକ୍କା ଦେଲା ଡମ୍ପର୍‌, ୨୮ଛାତ୍ର ଆହତ

ରାଇଘର: ରାଇଘର - ଉମରକୋଟ ମୁଖ୍ୟ ରାସ୍ତାର ମହୁଭଟ୍ଟା ଛକ ନିକଟରେ ସୋମବାର ରାତି ପ୍ରାୟ ୯ ଟାରେ ଏକ ଟ୍ରାକ୍ଟର ପଛରେ ଗୋଟିଏ ବାଇକ ପିଟି ହୋଇଯାଇଛି। ଘଟଣାସ୍ଥଳରେ ବାଇକ ଚାଳକଙ୍କ ଜୀବନ ଯାଇଛି। ବାଇକରେ ବସିଥିବା ଅନ୍ୟ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ରାଇଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଉକ୍ତ ଛକ ନିକଟରେ ଏକ ନମ୍ବର ବିହିନ ବାଲି ବୋଝେଇ ଟ୍ରାକ୍ଟର ତେଲ ସରିଯିବାରୁ ରାସ୍ତା ଉପରେ ଠିଆ ହୋଇଥିଲା l ରାତି ପ୍ରାୟ ୯ ଟାରେ ସ୍ଥାନୀୟ କାନାହାଣ୍ଡି ଗ୍ରାମର ଶୁକ୍ରତନ ମାଝୀ ସିଜି ୦୪ ସିବି ୨୭୦୫ ନଂ. ବାଇକ ଯୋଗେ ନିଜ ସାଙ୍ଗ ନୀଳାମ୍ବର ଦେବାଙ୍ଗନଙ୍କୁ ବସାଇ ତାଙ୍କ ନିଜ ଗ୍ରାମ ମହୁଭଟ୍ଟାରେ ଛାଡ଼ିବାକୁ ଯାଉଥିଲେ l ବାଇକ ଆଲୁଅରେ ରାସ୍ତା ଉପରେ ଠିଆ ହୋଇଥିବା ଟ୍ରାକ୍ଟରଟି ଦେଖା ଯାଇନଥିବାରୁ ଟ୍ରାକ୍ଟର ଟ୍ରଲିରେ ଦୁହେଁ ବାଇକ ସହ ପିଟି ହୋଇଯାଇ ଥିଲେ। ଶୁକ୍ରତନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ହସ୍ପିଟାଲରେ ଥିବା ନୀଳାମ୍ବର ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଗାଡିକୁ ଜବତ କରି ତଦନ୍ତ କରୁଛି। ତେବେ ଟ୍ରାକ୍ଟର ମାଲିକ କିଏ ଏବଂ କେଉଁଠାର ତାହାର ଜଣାପଡିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe