Image Courtesy of India Today
ଦାନଗଦୀ: କଳିଙ୍ଗନଗର ଥାନା ଅନ୍ତର୍ଗତ ବିଆରପିଏଲ୍ ଗେଷ୍ଟ ହାଉସ ଛକ ନିକଟରେ ଗତକାଲି ବିଳମ୍ୱିତ ରାତିରେ ବାଇକ୍ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜାମୁପଶି ଗ୍ରାମର ରଞ୍ଜନ ବଦରା(୩୫)। ଦୁଇ ବାଇକ୍ ଆଗ ପଛ ହୋଇ ଯାଉଥିବା ସମୟରେ ଦୁର୍ଘଟଣା ହୋଇଥିଲା। ଆଗ ବାଇକ୍ରେ ଯାଉଥିବା ରଞ୍ଜନ ପଡ଼ି ଯାଇଥିଲେ।
ଗୁରୁତର ଅବସ୍ଥାରେ ତାଙ୍କୁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Follow Us