ବାଇକ୍‌ ଧକ୍କାରେ ଯୁବଖେଳାଳିଙ୍କ ମୃତ୍ୟୁ

Advertisment
ବାଇକ୍‌ ଧକ୍କାରେ ଯୁବଖେଳାଳିଙ୍କ ମୃତ୍ୟୁ

ନଠୁଆବର: କୁଆଖିଆ ଥାନା ଅନ୍ତର୍ଗତ ରସୁଲପୁର ପଞ୍ଚାୟତ ଚଣ୍ତିପୁର ଗ୍ରାମର ସ୍ବର୍ଗତ ଜଡ଼ା ରାଉତଙ୍କ ସାନପୁଅ ଯୁବ ଭଲି ଖେଳାଳି ସମୀର ଓରଫ ଗୁଡ଼ୁଙ୍କର ଗତ ଶନିବାର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସମୀର ଶୁକ୍ରବାର ବିଳମ୍ବିତ ରାତିରେ କୁଆଖିଆ ବଜାରରୁ ଘରକୁ ଫେରୁଥିବା ବ‌େଳେ ଦୁର୍ଘଟଣାର ଶିକାର ହୋଇଥିଲେ।

ପଛପଟୁ ଏକ ବାଇକ୍ ତାକୁ ଧକ୍କା ଦେବାରୁ ସେ ଆହତ ହୋଇଥିଲେ। ପରଦିନ ସେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe