ଗଛରେ ପିଟି ହୋଇ ୨ ବାଇକ ଆରୋହୀ ମୃତ

ପଶ୍ଚିମ ଓଡ଼ିଶାରେ ବଢ଼ୁଛି ଦୁର୍ଘଟଣା: ୨୦୨୧ରେ ୨୮୧୧ ଦୁର୍ଘଟଣା, ୧୩୬୬ ଜୀବନ ଯାଇଛି

ଲଖନପୁର: ଲଖନପୁର ଥାନା ଅନ୍ତର୍ଗତ ଖଏରକୁନି ଛକ ନିକଟରେ ମଙ୍ଗଳବାର ଅପରାହ୍‌ଣ ପ୍ରାୟ ୪ଟା ୩୦ରେ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ଦୁଇ ବାଇକ ଆରୋହୀଙ୍କ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ମୃତ ଦୁଇ ଜଣ ହେଲେ କଟକ ବାସିନ୍ଦା ମଞ୍ଜିତ ଭୂୟାଁ(୨୭) ଓ ଲଖନପୁର ଥାନା ଅନ୍ତର୍ଗତ ଦହଲଡେରା ଗାଁର କାହ୍ନା ଅମାତ(୨୫)। ସୂଚନା ଅନୁଯାୟୀ ପୂର୍ବରୁ ଲୋଡର ଓ ଡ୍ରାଇଭର କାର୍ଯ୍ୟରେ ଅଭିଜ୍ଞତା ଥିବା ମଞ୍ଜିତ ଏମ୍‌ସିଲ ଲଖନପୁର କ୍ଷେତ୍ରକୁ କାମ ଖୋଜିବାକୁ ଆସିଥିଲେ। ଅନ୍ୟପକ୍ଷରେ କୋଲରେ ଟ୍ରକ୍‌ ହେଲ୍‌ପର ଭାବେ କାର୍ଯ୍ୟ କରନ୍ତି।

ଉଭୟ ବାଇକ(ଓଡ଼ି୦୫ଏନ୧୮୨୮)ରେ ଲଖନପୁର ଖୋଲା ମୁହଁ କୋଇଲା ଖଣି ଅଞ୍ଚଳରୁ ମଙ୍ଗଳବାର ସାଢ଼େ ୪ଟା ସମୟରେ ୪୯ନଂ ଜାତୀୟ ରାଜପଥକୁ ଆସୁଥିବା ବେଳେ ଖଏରକୁନି ଛକ ପୂର୍ବରୁ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଆହତ ହୋଇଥିବା ଏହି ଦୁଇ ଜଣଙ୍କୁ ପ୍ରଥମେ ବେଲପାହାଡ଼ ସ୍ଥିତ ଟିଆର୍‌ଏଲ୍‌ ଡାକ୍ତରଖାନାକୁ ନେଇଥିଲେ। ପରେ ଦୁଇ ଆହତ ବାଇକ ଆରୋହୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତୁରନ୍ତ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟା ୭ଟାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ଲଖନପୁର ଥାନାରେ କେସ୍‌ ନଂ ୨୪୨/୨୧ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ଦୁଃଖିନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe