ଯାତ୍ରାଦେଖାରୁ ଶେଷଯାତ୍ରା: ଟ୍ରାକ୍ଟରକୁ ପଛରୁ ପିଟିଲା ବାଇକ୍‌, ୩ ସାଙ୍ଗଙ୍କ ଜୀବନ ଗଲା

ଯାତ୍ରାଦେଖାରୁ ଶେଷଯାତ୍ରା। ଦୁର୍ଘଟଣାରେ ଚାଲିଗଲା ୩ ସାଙ୍ଗଙ୍କ ଜୀବନ। ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୩ଟାବେଳେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମୃତକମାନେ ହେଉଛନ୍ତି ସବଡେଗା ବ୍ଲକ୍‌ ହମିରପୁର ପଞ୍ଚାୟତ ବୀରତୋଳାର ଠଣସୁନ୍ଦର ସା....

sscsc

ବଡ଼ଗାଁ/ସବଡେଗା: ଯାତ୍ରାଦେଖାରୁ ଶେଷଯାତ୍ରା। ଦୁର୍ଘଟଣାରେ ଚାଲିଗଲା ୩ ସାଙ୍ଗଙ୍କ ଜୀବନ। ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୩ଟାବେଳେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମୃତକମାନେ ହେଉଛନ୍ତି ସବଡେଗା ବ୍ଲକ୍‌ ହମିରପୁର ପଞ୍ଚାୟତ ବୀରତୋଳାର ଠଣସୁନ୍ଦର ସା, ଦିଲୀପ ନାଏକ ଓ ଚନ୍ଦନ ଲୁହାର। ସେମାନେ ବିଳମ୍ବିତ ରାତିରେ ବଡ଼ଗାଁରୁ ରାମଲୀଳା ଯାତ୍ରା ଦେଖି ଫେରୁଥିବାବେଳେ ବଡ଼ଗାଁ ଥାନାରୁ ୨ କିଲୋମିଟର ଦୂର ବିଜୁ ଏକ୍ସପ୍ରେସ ୱେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗେଟ୍‌ ନିକଟରେ ଟ୍ରାକ୍ଟର ପଛରେ ସେମାନଙ୍କ ବାଇକ୍‌ ଧକ୍କା ହୋଇଥିଲା। 

ସୂଚନା ଅନୁସାରେ, ମୃତକ ତିନିସାଙ୍ଗ ବଡ଼ଗାଁରେ ହେଉଥିବା ଶ୍ରୀରାମଲୀଳା ଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ଦେଖିସାରି ବିଳମ୍ବିତ ରାତିରେ ବୀରତୋଳା ଅଭିମୁଖେ ଗୋଟିଏ ବାଇକ୍‌ରେ ବାହାରିଥିଲେ। ବଡ଼ଗାଁରୁ ପ୍ରାୟ ୧ କିଲୋମିଟର ଦୂର ଯିବା ପରେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରାକ୍ଟର ପଛରେ ପିଟି ହୋଇଥିଲା। ନିକଟରେ ଥିବା ପେଟ୍ରୋଲ୍‌ ପମ୍ପ କର୍ମଚାରୀ ଓ ଯାତ୍ରାରୁ ଫେରୁଥିବା କିଛିଲୋକ ବଡ଼ଗାଁ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ୩ ଜଣଙ୍କୁ ଉଦ୍ଧାର କରି ବଡ଼ଗାଁ ଡାକ୍ତରଖାନା ଆଣିଥିଲା। ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇ ସାରିଥିଲା। ପୁଲିସ ବଡ଼ଗାଁ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe