ଗଛରେ ପିଟି ହେଲା ବାଇକ୍, ଦାଦା ଓ ପୁତୁରା ମୃତ

Advertisment
ଗଛରେ ପିଟି ହେଲା ବାଇକ୍, ଦାଦା ଓ ପୁତୁରା ମୃତ

କାମାକ୍ଷାନଗର: ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍। ଦାଦା ଓ ପୁତୁରା ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ବନ୍ଦାଣିଆ ଗ୍ରାମ ନିକଟରେ। ମୃତକଦ୍ବୟ ହେଲେ ଟାଟାମାଇନସ ଗ୍ରାମ ମଲ୍ଲାର ସାହିର ଦାଦା ଡୁଗୁ ମାଙ୍କଡିଆ ଓ ପୁତୁରା ସିଦ୍ଧାନ୍ତ ମାଙ୍କଡିଆ।

ସୂଚନା ମୁତାବକ, ଉଭୟ ସକାଳେ ବଜାଜ ପଲସର ଗାଡ଼ିର କିସ୍ତି ଦେବାକୁ କାମାକ୍ଷାନଗର ଆସୁଥିଲେ। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ବାଇକ୍ ପିଟି ହୋଇଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ କାମାକ୍ଷାନଗର ମେଡିକାଲରେ ଉଭୟଙ୍କୁ ଚିକିତ୍ସା ପାଇିଁ ଅଣାଯାଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଖବର ପାଇ କଙ୍କଡାହାଡ଼ ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ବାଇକକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe