Bike loses balance and hits tree: One dead, one seriously injured
ରାଜଗାଙ୍ଗପୁର: ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କୁଟୁନିଆ ପଞ୍ଚାୟତ ଚିନିମହୁଲ ଛକରେ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛକୁ ପିଟି ଦେବାରୁ ଘଟଣା ସ୍ଥଳରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ।
ଚିକିତ୍ସାଧୀନ ଅବସ୍ଥାରେ ରବିବାର ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଚିକିତ୍ସାଧୀନ ଅଛନ୍ତି । ମୃତକ ଜଣକ କୁଟୁନିଆ ପଞ୍ଚାୟତ, ଚମରାପଡା ଗ୍ରାମର ମିନ ଏକ୍କା (୨୫) ହୋଇଥିବା ବେଳେ ଅନ୍ୟ ଜଣେ ସେହି ଗ୍ରାମର ଅଜିତ କୁଜୁର ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଦୁଇ ବନ୍ଧୁ ମିନ ଓ ଅଜିତ ଏକ ବାଇକ( ଓଡ଼ି ୧୪ ଜେଡ଼ ୫୫୨୮) ଯୋଗେ ଚିନିମୁହୁଲରୁ ବିର୍ସାପଡ଼ା ଗ୍ରାମକୁ ଯିବା ସମୟରେ ଚିନିମହୁଲ ଛକରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ବାଡେଇ ହୋଇ ଯାଇଥିଲା ।
ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ତାନୀୟ ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ରାଜଗାଙ୍ଗପୁର ସିଏଚସିକୁ ପଠାଇଥିଲେ । ସେଠାରେ ପ୍ରଥମିକ ଚିକିତ୍ସା ପରେ ଉଭୟଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଏକ ଘୋରେଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବାଇକ ଆରୋହି ମିନ ଏକ୍କାଙ୍କ ଗତ ରାତ୍ରୀରେ ମୃତ୍ୟୁ ଘଟିଥିଲା । ଗୁରୁତର ଅଜିତ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।
sundargarh | Accident
Follow Us