ବାଇକ୍ ମେକାନିକଙ୍କୁ ଗଳାକାଟି ହତ୍ୟା, କାରଣ ଅସ୍ପଷ୍ଟ, ୩ ଅଟକ

ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

Image Courtesy of Zee News

ନୂଆପଡ଼ା/ବୋଡ଼େନ: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଫରସରା ପଞ୍ଚାୟତ କନକପୁର ଗ୍ରାମରେ ଗତ ରାତିରେ ଜଣେ ବାଇକ୍ ମେକାନିକଙ୍କ ଗଳାକାଟି ନିର୍ମମ ଭାବେ ହତ୍ୟା କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ଓ ଡକ୍‌ସ୍କ୍ବାଡ୍ ସହ ତଦନ୍ତ ଆରମ୍ଭ କରିଛି। ଏଥିସହ ୩ ଜଣକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି।

ସୂଚନା ମତେ, ବୋଡେନ ଗ୍ରାମର ଘାସିରାମ ପାଣ୍ଡେଙ୍କ ସାନ ପୁଅ ଲୋକନାଥ ପାଣ୍ଡେ (୨୫) ବୋଡ଼େନର ଏକ ବାଇକ୍ ଗ୍ୟାରେଜ୍‌ରେ ମେକାନିକ୍ ଭାବେ କାମ କରୁଥିଲେ। ରବିବାର ସନ୍ଧ୍ୟାରେ ଜଣେ ବ୍ୟକ୍ତିଙ୍କ ବାଇକ୍ (ଓଡି ୮ଏଲ ୧୩୦୩) ଧରି କନକପୁରକୁ କୌଣସି କାମରେ ଯାଇଥିଲେ। ସେଠାରୁ ଆଉ ସେ ଫେରି ନଥିବା ବେଳେ ସୋମବାର କନକପୁରର ଏକ ଚାଷ ଜମିରେ ଲୋକନାଥଙ୍କ ମୃତଦେହ ପଡ଼ିଥିବା କିଛି ଲୋକ ଦେଖିଥିଲେ। ପୁଲିସ୍‌କୁ ଖବର ଦେବାରୁ ବୋଡ଼େନ ଥାନା ଅଧିକାରୀ ସୁଦର୍ଶନ ନାଏକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଯୁବକଙ୍କୁ ହତ୍ୟା କରାଯାଇଥିବା ଜାଣିବା ପରେ ସାଇଣ୍ଟିଫିକ୍ ଟିମ୍ ଓ ଡକ୍‌ସ୍କ୍ବାଡ୍ ଡକାଇ ତଦନ୍ତ ଆରମ୍ଭ କରିଥିଲେ। ଯୁବକଙ୍କ ଉଭୟ ହାତର ଏକାଧିକ ସ୍ଥାନରେ କ୍ଷତ ହେବା ସହ ଗଳା କାଟି ଦିଆଯାଇଥିବା ଦେଖାଯାଇଛି। କୌଣସି ଧାରୁଆ ଅସ୍ତ୍ରରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜାଣିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ପୁଲିସ୍ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ହତ୍ୟାର କାରଣ ଜଣାପଡ଼ି ନଥିବା ବେଳେ ପୁଲିସ୍ ୩ ଜଣଙ୍କୁ ଅଟକ ରଖି ତନାଘନା ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe