ଦୁର୍ଘଟଣାରେ ବାଇକ୍‌ ଚାଳକ ମୃତ

Advertisment
ଦୁର୍ଘଟଣାରେ ବାଇକ୍‌ ଚାଳକ ମୃତ

Illustration Courtesy: The Hindu

ଧର୍ମଶାଳା/ନଠୁଆବର : ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥର ବାରବାଟି ବଜାର ନିକଟରେ ଗୁରୁବାର ସକାଳେ ଏକ ଦୁର୍ଘଟଣାରେ ଜଣେ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଛି। ମୃତବ୍ୟକ୍ତି ବାରବାଟି(ତଳସାହି) ଗ୍ରାମର ଅଶୋକ କୁମାର ସାହୁ(୫୪)। ସକାଳେ ଏକ ହୋଣ୍ତା ୟୁନିକର୍ଣ୍ଣ ବାଇକ୍ ଓଡି-୦୪ଏସ୍‌-୪୬୩୩ ରେ ସେ ଜାରକା ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଖାଲରେ ପଡ଼ି ଯାଇଥିଲେ। ଗୁରୁତର ଆହତ ଅଶୋକଙ୍କୁ ଲୋକମାନେ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କଟକ ଯିବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ୍‌ ୪୯/୨୩ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବଡ଼ଚଣା ଡାକ୍ତରଖାନାକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe