ସଡ଼କ ଦୁର୍ଘଟଣା: ପିକଅପ୍ ଧକ୍କାରେ ବାଇକ୍ ଆରୋହୀ ମୃତ, ସହଯାତ୍ରୀ ଗୁରୁତର

Advertisment
ସଡ଼କ ଦୁର୍ଘଟଣା: ପିକଅପ୍ ଧକ୍କାରେ ବାଇକ୍ ଆରୋହୀ ମୃତ, ସହଯାତ୍ରୀ ଗୁରୁତର
ଚିଲିକା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକପ୍ରାଣ ହରାଇଛନ୍ତି। ସୂଚନା ମୁତାବକ ଆଜି ପୂର୍ବାହ୍ନରେ ସାନ ହନ୍ତୁଆଡ଼ ଗ୍ରାମର ହେମନ୍ତ ସ୍ୱାଇଁ(୨୮) ଓଡଗାଁରୁ କାମ ସାରି ନିଜ ବାଇକରେ ଗଣେଶ ପାଇକରାୟଙ୍କ ସହ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ଓଡଗାଁ କୋଳଥଡିହ ମଝି ରାସ୍ତାରେ ଏକ ପିକ୍‌ଅପ୍‌ ହେମନ୍ତଙ୍କ ବାଇକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଉଭୟ ବାଇକରୁ ଛିଟିକି ତଳେ ପଡିଯାଇଥିବା ବେଳେ ହେମନ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆହତ ଗଣେଶଙ୍କୁ ସ୍ଥାନୀୟ ବ୍ୟକ୍ତି ଉଦ୍ଧାର କରି ବାଣପୁର ମେଡିକାଲ ପଠାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ମୃତ ହେମନ୍ତଙ୍କ ପିତା ରବୀନ୍ଦ୍ର ସ୍ୱାଇଁଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe