ଆନନ୍ଦପୁର: ହାଇୱା ଧକ୍କାରେ ବାଇକ୍‌ ଆରୋହୀ ମୃତ

ବିଦ୍ୟୁତ ଖମ୍ବକୁ ପିଟିଲା ବାଇକ୍‌; ୧ ମୃତ, ୨ ଗୁରୁତର

ଆନନ୍ଦପୁର : ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଗୋହିରା ସର୍ଭିସ ରୋଡ୍‌ରେ ହାଇୱା ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ନିକଟସ୍ଥ ଇନ୍ଦୁପୁରା ଗ୍ରାମର ବାବୁ ଝାଲିଆ (୪୦)।

ବୁଧବାର ଦିନ ପ୍ରାୟ ସାଢ଼େ ୧୨ଟାବେଳେ ବାବୁ ବାଇକ୍‌ରେ ଆସୁଥିବାବେଳେ ଜାତୀୟ ରାଜପଥ ନିର୍ମାଣ କରୁଥିବା ଏଆର୍‌ଏସ୍ଏସ୍ କମ୍ପାନିର ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା। ବାବୁ ବାଇକ୍ ସହିତ ହାଇୱା ତଳେ ଲାଗି ଯାଇଥିଲେ। ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ପଠାଯାଉଥିବା ବେଳେ ହସନପୁର ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଘସିପୁରା ପୁଲିସ ଏକ ମାମଲା ରୁଜୁ କରିଛି। ମୃତଦେହ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଛି। ପୁଲିସ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe