ତହସିଲଦାରଙ୍କ ଗାଡ଼ି ଧକ୍କାରେ ବାଇକ୍‌ ଆରୋହୀ ଆହତ

Advertisment
ଦୁର୍ଘଟଣାରେ ଜଣେ ମୃତ

ଖଲିଆକାନି/କେଗାଁ: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଖଲିଆପାଲି ଛକ ନିକଟରେ ଲାଞ୍ଜିଗଡ଼ ତହସିଲଦାର ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀ ଆହତ ହୋଇଛନ୍ତି। ସୂଚନାନୁସାରେ ଲାଞ୍ଜିଗଡ଼ ତହସିଲଦାରଙ୍କ ସରକାରୀ ଗାଡ଼ି (ଓଆର୍‌୦୮ଡି- ୦୮୬୮) ଧର୍ମଗଡ଼ ପଟରୁ ଗୋଲାମୁଣ୍ଡା ଆସୁଥିବାବେଳେ ଖଲିଆକାନି ଛକ ନିକଟରେ ଏକ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା।

ଫଳରେ ବାଇକ୍‌ ଚାଳକ ଧାମନପୁର ପଞ୍ଚାୟତ ମହୁଲମୁଣ୍ଡାର ରାମେଶ୍ବର ନାଏକ (୩୫) ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଭବାନୀପାଟଣାସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଗୋଲାମୁଣ୍ଡା ପୁଲିସ ପ୍ରକାଶ କରିଛି। ରାମେଶ୍ବରଙ୍କ ଗୋଡ଼ ଓ ହାତ ଭାଙ୍ଗି ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe