ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବାଇକ୍‌, ଆରୋ‌ହୀ ମୃତ

Advertisment
ବିଦ୍ୟୁତ ଖମ୍ବକୁ ପିଟିଲା ବାଇକ୍‌; ୧ ମୃତ, ୨ ଗୁରୁତର

ବରପାଲି : ବରଗଡ଼ ଜିଲ୍ଲା ବରପାଲି-ରାମପୁର ଜଗନ୍ନାଥ ରୋଡ୍‌ର ବାରଙ୍ଗପାଲି ରାଞ୍ଜପୋଲ ନିକଟରେ ଶୁକ୍ରବାର ସଂଧ୍ୟା ୬ଟାରେ ଜଣେ ବାଇକ୍‌ ଆରୋହୀ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ବରଗଡ଼ ବିଶିପଡ଼ାର ମୁନୁ ସିକନ୍ଦର (୫୮) ବୋଲି ଜଣାପଡ଼ିଛି।

ମୁନୁ ଶୁକ୍ରବାର ଦିନ ଭେଡ଼େନ ଥାନା ରେଶମରୁ ବାଇକ୍ (ଓଡି୧୭-୭୦୯୭) ଯୋଗେ ଫେରୁଥିଲେ। ସଂଧ୍ୟା ହୋଇଯିବାରୁ ବାରଙ୍ଗପାଲି ରାଞ୍ଜପୋଲ ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିଲେ। ତାଙ୍କୁ ନିକଟରେ ଥିବା ଲୋକେମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ମାତ୍ର ଆମ୍ବୁଲାନ୍ସ କର୍ମଚାରୀଙ୍କ ସହ ଯୋଗାଯୋଗ ହୋଇପାରି ନଥିବାରୁ ବରପାଲି ପୁଲିସ୍‌କୁ ଏନେଇ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମୁନୁଙ୍କୁ ବରପାଲି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେ‌ଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ପୋଲ ତଳୁ ବାଇକ୍‌ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ଶବକୁ ବରଗଡ଼ ପଠାଇ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe