ଜାତୀୟ ରାଜପଥରେ ପଛପଟୁ ଆସି ଧକ୍କା ଦେଲା ଅଜଣା ଗାଡ଼ି, ଘରକୁ ଫେରୁଥିବା ବେଳେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ଜାତୀୟ ରାଜପଥରେ ପଛପଟୁ ଆସି ଧକ୍କା ଦେଲା ଅଜଣା ଗାଡ଼ି, ଘରକୁ ଫେରୁଥିବା ବେଳେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ସାଂକେତିକ ଫଟୋ

କାମାକ୍ଷାନଗର: ସଡ଼କ ସୁରକ୍ଷା, ଜୀବନ ରକ୍ଷା। ଅର୍ଥାତ ରାସ୍ତାରେ ଯିବା ସମୟରେ ଆମେ ନିଜକୁ ଯେତିକି ସତର୍କତାର ସହିତ ପରିଚାଳିତ ହେବା, ଜୀବନ ସେତିକି ସରସ ସୁନ୍ଦର ହୋଇପାରିବ। କିନ୍ତୁ ଜାତୀୟ ରାଜପଥ ପ୍ରଶସ୍ଥ ଥିଲେ ବି କିଛି ଲୋକଙ୍କର ବେପାରୁଆ ଚାଳନା ଯୋଗୁଁ ଅନ୍ୟମାନଙ୍କର ଜୀବନ ଚାଲିଯାଉଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅରଖପାଳ ଗ୍ରାମର ରମେଶ ନାୟକ ଘରକୁ ଫେରୁଥିବା ବେଳେ ପଛପଟରୁ ଏକ ଗାଡ଼ି ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ କାମାକ୍ଷାନଗର ଥାନା ଅରଖପାଳ ଗ୍ରାମର ରମେଶ ନାୟକ ଆଜି ମଧ୍ୟାହ୍ନରେ ବାଇକ ଯୋଗେ ବଡମୁକ୍ତାପଶି ଗ୍ରାମରୁ ଅରଖପାଳସ୍ଥିତ ନିଜ ଘରକୁ ଫେରୁଥିବା ତାଙ୍କୁ ଜାତୀୟ ରାଜପଥ ୫୩ ମଠକରଗୋଳା ଗ୍ରାମ ନିକଟରେ ପଛପଟୁ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡିରହିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମଠକରଗୋଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅବସ୍ଥାରେ ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ କାମାକ୍ଷାନଗର ଉପଖଣ୍ଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe