ପିକଅପ ଧକ୍କାରେ ବାଇକ ଆରୋହୀ ଗୁରୁତର

Advertisment
ଭଞ୍ଜନଗର ଉପଖଣ୍ଡରେ ସଚେତନତା ସ‌ତ୍ତ୍ବେ ଦୁର୍ଘଟଣାରେ ୩ ବର୍ଷରେ ୧୮୬ ମୃତ

Patrika

ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥସ୍ଥିତ ଜମଟାଙ୍ଗୀ ଛକ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ୍ ଓ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ ବାଉଁଶୁଣି ପଟରୁ ଜମଟାଙ୍ଗୀ ଆଡକୁ ଆସୁଥିବା ଏକ ମହିନ୍ଦ୍ରା ପିକ୍ଅପ୍ ଜମଟାଙ୍ଗୀ ଗାଆଁ ଭିତର ରାସ୍ତାକୁ ପ୍ରବେଶ କରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଆପାଚି ବାଇକ ଓଡ଼ି ୩୧ଜି- ୧୦୧୯ ପିକ୍ଅପ୍ ସହ ଧକ୍କା ହୋଇଥିଲା ଓ ବାଇକ ଆରୋହୀ ବାଉଁଶୁଣି ଗଡଭିତର୍ ସାହିର ଧୀରେନ ନାଏକ (୨୧) ଗୁରୁତର ଆହତ ହୋଇଥିଲେ। ୧୦୮ ଆମ୍ବୁଲାନସ୍ ଯୋଗେ ଆହତଙ୍କୁ ବାଉଁଶୁଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଂକୁ ସୋନପୁର ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଦୁର୍ଘଟଣା ଘଟାଇଥିବା ପିକ୍ଅପ୍ ସ୍ଥାନୀୟ ଅଞ୍ଚଳର ବୋଲି ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe