ବାଇକ୍‌ ଆରୋହୀ ଯୁବକଙ୍କୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍‌

Advertisment

ରାଞ୍ଚି-ବିଜୟୱାଡ଼ା ୨୨୦ ନଂ ଜାତୀୟ ରାଜପଥ ମରଣ ଯନ୍ତା ପାଲଟିଛି। ବ୍ୟସ୍ତବହୁଳ ଏହି ରାସ୍ତାରେ ପୁଣି ଥରେ ଦ୍ରୁତଗାମୀ ଟ୍ରକ ଓ ବାଇକ୍ ମୁହାଁମୁହିଁ ହୋଇଛି। ଟ୍ରକ୍‌  ଧକ୍କାରେ ଜଣେ ବାଇକ୍‌ ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଛି।

ରାଞ୍ଚି-ବିଜୟୱାଡ଼ା ୨୨୦ ନଂ ଜାତୀୟ ରାଜପଥ ମରଣ ଯନ୍ତା ପାଲଟିଛି। ବ୍ୟସ୍ତବହୁଳ ଏହି ରାସ୍ତାରେ ପୁଣି ଥରେ ଦ୍ରୁତଗାମୀ ଟ୍ରକ ଓ ବାଇକ୍ ମୁହାଁମୁହିଁ ହୋଇଛି। ଟ୍ରକ୍‌  ଧକ୍କାରେ ଜଣେ ବାଇକ୍‌ ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଛି।

aa42d237-b149-4e0d-ba59-9f7d32b39791

ରାଇରଂଗପୁର: ରାଞ୍ଚି-ବିଜୟୱାଡ଼ା ୨୨୦ ନଂ ଜାତୀୟ ରାଜପଥ ମରଣ ଯନ୍ତା ପାଲଟିଛି। ବ୍ୟସ୍ତବହୁଳ ଏହି ରାସ୍ତାରେ ପୁଣି ଥରେ ଦ୍ରୁତଗାମୀ ଟ୍ରକ ଓ ବାଇକ୍ ମୁହାଁମୁହିଁ ହୋଇଛି। ଟ୍ରକ୍‌  ଧକ୍କାରେ ଜଣେ ବାଇକ୍‌ ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ‌ହେଲେ ରତନ ବେହେରା (୩୫)।

ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର-ବହଳଦା ଜାତୀୟ ରାଜପଥ ୨୨୦ ନମ୍ବର ତେନ୍ତଳା ନିକଟସ୍ଥ ଶିରିଡି ଆଇଟିଆଇ ଛକ ପୋଲ ପାଖରେ ଟ୍ରକ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାଇକ୍‌ ଚାଳକ ମୃତ ହୋଇଛି। ବହଳଦା ଥାନା ଅନ୍ତର୍ଗତ କୁମ୍ଭୀରଦା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ମିଲେଟ୍ରି ବେହେରାଙ୍କ ପୁଅ ରତନ ବେହେରା ଆଜି ପୂର୍ବାହ୍ନ ସମୟରେ ରାଇରଙ୍ଗପୁରରୁ ଘରକୁ ନିଜ ବାଇକରେ ଯାଉଥିବା ସମୟରେ ସାମ୍ନା ପଟୁ ଦ୍ରୁତଗତିରେ ଆସୁଥିବା ଏକ ଆଇରନ ବାଝେଇ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଏଥିରେ ରତନଙ୍କ ମୃତ୍ୟୁ ହୋଇଥିଲା। 

ରାଇରଙ୍ଗପୁର-ବହଳଦା ଜାତୀୟ ରାଜପଥ ୨୨୦ ନମ୍ବର ତେନ୍ତଳା ନିକଟସ୍ଥ ଶିରିଡି ଆଇଟିଆଇ ଛକ ପୋଲ ପାଖରେ ଟ୍ରକ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାଇକ୍‌ ଚାଳକ ମୃତ ହୋଇଛି।

ବହଳଦା ପୁଲିସ ଖବର ପାଇ ତାଙ୍କୁ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୁଲିସ କର୍ମଚାରୀମାନେ ଗାଡ଼ିରେ ରତନଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଣାଗ୍ରସ୍ତ ଗାଡ଼ି ଦୁଇଟିକୁ ପୁଲିସ ଜବତ କରିବା ସହ ତଦନ୍ତ କରୁଛି । ଟ୍ରକ୍‌ ଡାଇଭର ଫେରାର ଥିବା ସୂଚନା। ଏନେଇ ଵହଳଦା ଥାନାରେ ଏକ ମାମଲା ରୁଜୁ ହୋଇଛି। 

ସୂଚନାଯୋଗ୍ୟ, ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥରେ ପ୍ରାୟତଃ ଦୁର୍ଘଟଣା ଘଟୁଛି। ପଶସ୍ତ ରାସ୍ତାରେ ଚାଳକମାନେ ଅନିୟନ୍ତ୍ରିତ ହୋଇ ଗାଡ଼ି ଚଳାଉଥିବାରୁ ବାରମ୍ବାର ଏଭଳି ଅଘଟଣ ଘଟୁଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଯାଉଛି। ସୁରକ୍ଷା ପାଇଁ ଅଧିକ ସଚେତନତାମୂଳକ ପଦକ୍ଷେପ ଦରକାର ଅଛି ବୋଲି ବୁଦ୍ଧିଜୀବୀମାନେ ମତ ଦିଅନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe