ବାର୍‌ହା ମାଂସ ସହ ବାଇକ୍ ଜବତ, ଜଣେ ଗିରଫ

Advertisment
ଦୋକାନରୁ ୧୦ ହଜାର ଚୋରି, କର୍ମଚାରୀ ଗିରଫ

କଣ୍ଟାମାଳ : ମନମୁଣ୍ଡା ଫରେଷ୍ଟ ରେଞ୍ଜ ଶଗଡ଼ା ସେକ୍ସନ ପାଲଝିର୍ ବିଟ ପେନାଯୋର୍ ସଂରକ୍ଷିତ ଜଙ୍ଗଲର ୨ ନମ୍ବର କମ୍ପାର୍ଟମେଣ୍ଟରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରି ବାରହା ମାଂସ ସହ ଏକ ବାଇକ ଜବତ କରାଯାଇଛି। ଏଥିସହ ଜଣକୁ ଗିରଫ କରା ଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁସାରେ, ଶଗଡ଼ା ଫରେଷ୍ଟର ଦେବକାନ୍ତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଫରେଷ୍ଟ ଟିମ୍ ଚଢ଼ାଉ କରି ୩ କେଜି ବାରହା ମାଂସ ଜବତ କରିଛନ୍ତି। ଘଟଣାରେ ବ୍ୟବହୃତ ଏକ ବାଇକ୍ ସହ ପୁଲିସ ଗୁଡ଼ଭେଲିପଦର ଗ୍ରାମର ବିଭୂତି ବାଘକୁ ଗିରଫ କରିଛି।

ଅଭିଯୁକ୍ତ ବିଭୂତିକୁ ପ୍ରଥମେ ଶଗଡ଼ା ଅଣାଯାଇ ପରେ ମନମୁଣ୍ଡା ବନ ବିଭାଗ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରାଯାଉଛି। ଚଢ଼ାଉରେ ଫରେଷ୍ଟ ଗାର୍ଡ ରାମଚନ୍ଦ୍ର ବେହେରାଙ୍କ ସମେତ ବନ ବିଭାଗ ସ୍କ୍ୱାଡ୍ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe