ଧନୁପାଲି ପୁଲିସ୍ ହାତରେ ବାଇକ୍ ଚୋରି ଗ୍ୟାଙ୍ଗ

Advertisment
ଧନୁପାଲି ପୁଲିସ୍ ହାତରେ ବାଇକ୍ ଚୋରି ଗ୍ୟାଙ୍ଗ

Ommcom News

ସମ୍ବଲପୁର: ଧନୁପାଲି ଥାନା ସର୍‌ଲାକାନି ରାଧାଗୋବିନ୍ଦ କଲ୍ୟାଣ ମଣ୍ଡପ ନିକଟରୁ କତରବଗା ନୂଆପାଲିର ହୃଦେଶ୍ବର ଜାମୁଡାଳିଆଙ୍କ ବାଇକ୍‌(ଓଆର୍‌ ୨୩ଡି ୭୪୮୨)କୁ କେହି ଦୁର୍ବୃତ୍ତ ଶନିବାର ରାତି ଚୋରି କରି ନେଇଥିଲା। ଖୋଜାଖୋଜି କରି ନପାଇବାରୁ ସେ ରବିବାର ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ମାମଲାରେ ପୁଲିସକୁ ବଡ଼ଧରଣର ସଫଳତା ମିଳିଛି। ସମ୍ବଲପୁର ସହରରେ ବାଇକ୍‌ ଚୋରି ନିତିଦିନିଆ ଘଟଣା ହୋଇସାରିଥିବା ବେଳେ ପୁଲିସ ଏହାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ଏହି ଚୋରିରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ଧନୁପାଲି ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ଧନୁପାଲି ସର୍‌ଲାର ଅମୂଲ୍ୟ ହାଁସଦା(୨୧) ଓ ସର୍‌ଲାକାନିର ଉତ୍ତମ ମୁଣ୍ଡା(୨୦)। ୨ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ ସେମାନେ ବାଇକ୍‌ ଚୋରି ଗ୍ୟାଙ୍ଗ୍‌ ସହ ସମ୍ପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଥିଲା। ତେବେ ଗ୍ୟାଙ୍ଗ୍‌ ମୁଖ୍ୟ ସହ କିଛି ସହଯୋଗୀ ଫେରାର୍‌ ଥିବା ବେଳେ ଗିରଫ ୨ ଅଭିଯୁକ୍ତ ବୁର୍ଲା ଓ ସମ୍ବଲପୁର ସହରରୁ ଏକାଧିକ ବାଇକ୍‌ ଚୋରି କରିଥିବା ସ୍ବୀକାର କରିଥିଲେ।

ନମ୍ବର ପ୍ଲେଟ୍‌ରେ କାରସାଦି

ବାଇକ୍‌ ଚୋରି କରିବା ପରେ ଦୁର୍ବୃତ୍ତମାନେ ଗାଡ଼ିର ନମ୍ବର ପ୍ଲେଟ୍‌ ବଦଳାଇ ଦେଉଥିଲେ। ମୂଳ ନମ୍ବର ପ୍ଲେଟ୍‌ କାଡ଼ି ନକଲି ନମ୍ବର ପ୍ଲେଟ୍‌ ଲଗାଇବା ପରେ ନକଲି ଇଞ୍ଜିନ୍‌ ଓ ଚେଚିସ୍‌ ନମ୍ବର ଛାପି ଦେଉଥିଲେ। ତାପରେ ଗାଡ଼ିକୁ କମ୍‌ ଦାମରେ ବିକ୍ରି କରୁଥିଲେ। ଚୋରି ଗାଡ଼ିଗୁଡ଼ିକୁ ସେମାନେ ନିଜ ଘରେ ରଖି ବିକ୍ରି କରୁଥିଲେ। ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କ ଘର ସହ ଏକାଧିକ ସ୍ଥାନରେ ପୁଲିସ ଚଢ଼ଉ କରି ୭ଟି ଚୋରି ବାଇକ୍‌ ଜବତ କରିଥିଲା। ତେବେ ଗାଡ଼ିଗୁଡ଼ିକର ପ୍ରକୃତ ମାଲିକ କିଏ ତାହା ଜାଣିବାକୁ ପୁଲିସ ଚେଷ୍ଟା କରୁଥିବା କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe