jang.com.pk
ପାଟଣାଗଡ଼ : ପାଟଣାଗଡ଼- ବଲାଙ୍ଗୀର ମୁଖ୍ୟ ରାସ୍ତାର ଧୁବଲପଡ଼ା ନିକଟସ୍ଥ ଚେକ୍ଗେଟ୍ରେ ଏକ ବାଇକ୍ ଧକ୍କା ହେବାରୁ ଏହାର ଆରୋହୀ ପାଟଣାଗଡ଼ ଉପଖଣ୍ଡ ସମାଜିକ ସୁରକ୍ଷା ଅଧିକାରୀ ଧବଳେଶ୍ବର ଦଳପତିଙ୍କ ମୃତ୍ୟୁ ଘଟିଛି। ଏନେଇ ପାଟଣାଗଡ଼ ଥାନା ପୁଲିସ ଏକ ମାମାଲା ରୁଜୁ ଅଧିକ ତଦନ୍ତ କରୁଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ପାଟଣାଗଡ଼ ବ୍ଲକ୍ ଖୁଟଣାପାଣି ଗାଁର ମୂଳ ନିବାସୀ ସ୍ବର୍ଗତ ଦଳପତି ଶୁକ୍ରବାର ଅଫିସ ଛୁଟି ହେବା ପରେ ବାଇକ (ଓଡି ୦୩ ବି ୫୦୧୩) ଯୋଗେ ବଲାଙ୍ଗୀରରେ ଥିବା ତାଙ୍କ ଘରକୁ ଯାଉଥିଲେ। ପାଟଣାଗଡ଼ରୁ ୧୧ କିମି ଦୂରରେ ଥିବା ଧୁବଲପଡ଼ାରେ ଭାରସାମ୍ୟ ହରାଇ ଚେକ୍ଗେଟ୍ରେ ପିଟି ହୋଇଥିଲେ। ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ପାଟଣାଗଡ଼ ଉପଜିଲ୍ଲାପାଳ ସୋମନାଥ ପଧାନଙ୍କ ସମେତ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ପାଟଣାଗଡ଼ ବ୍ଲକ ସଭାପତି ଅଷ୍ଟରତ୍ନ ବରିହା, ସାରଥି ବାଗ, ଗିରିଧାରି ଭୋଇ, ମନବୋଧ ବରିହା ପ୍ରମୁଖ ପହଞ୍ଚି ଶେଷ ଦର୍ଶନ କରିଥିଲେ।
Follow Us