ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀ ମୃତ

ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀ ମୃତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର-ସୋନପୁର ରାସ୍ତାର ପଣ୍ଡାପାଲି ମହାନଦୀ ନେତ୍ର ଚିକିତ୍ସାଳୟ ସମ୍ମୁଖରେ ବୁଧବାର ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଅରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ବୀରମହାରାଜପୁର ଥାନା ଉଲୁଣ୍ଡା ବ୍ଲକ୍‌ କୋଟସମଲାଇ ଗାଁର ଈଶ୍ଵର ଜଗଦଲା (୨୮) ବୋଲି ଜଣାପଡ଼ିଛି।

ଈଶ୍ବର କୌଣସି କାମରେ ବାଇକ୍‌ ଯୋଗ‌େ ବୀରମହାରାଜପୁର ଆସି ଘରକୁ ଫେରୁଥିଲେ। ପଣ୍ଡାପାଲିଠାରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ପରେ ଏକ ଆମ୍ବୁଲାନ୍ସ ଯୋଗେ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାକୁ ଶବ ଅଣାଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ କରୁଛି। ଗୁରୁବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ସ୍ବର୍ଗତ ଈଶଙ୍କର ଏକମାତ୍ର ପୁଅ ପୂର୍ବରୁ ପ୍ରାଣ ହରାଇଛନ୍ତି। ଏବେ ଘରେ ତାଙ୍କ ସ୍ତ୍ରୀ ଅସହାୟ ହୋଇ ପଡ଼ିଛନ୍ତି। ଘଟଣାଟି ଅଞ୍ଚଳରେ ଶୋକର ଛାୟା ଖେଳାଇଛି।

ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଓ ଗାଡ଼ି ଚାଳକଙ୍କୁ ପୁଲିସ ନଆଣିବା ପର୍ଯ୍ୟନ୍ତ ଶବ ଛଡ଼ାଯିବ ନାହିଁ ବୋଲି ମୃତକଙ୍କ ସଂପର୍କୀୟମାନେ କହିଥିଲେ। ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe