ଘୁ.ଉଦୟଗିରି: କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ ଶୀତର ପ୍ରକୋପ ବଢୁଥିବା ବେଳେ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି। ଶୀତର ମଜା ନେବା ସହ ସ୍ଥାନୀୟ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଜିଲ୍ଲା ବାହାରୁ ପର୍ଯ୍ୟଟକଙ୍କର ଭିଡ଼ ଜମୁଛି। ଭୁବନେଶ୍ୱରର ଏକ ବାଇକର ଗ୍ରୁପ ଘୁ.ଉଦୟଗିରିର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ସହ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି।
ଏହି ଖବର ପଢ଼ନ୍ତୁ: ଜାଡ଼ରେ ଥରୁଛି ଜି. ଉଦୟଗିରି: ପାରା ୬.୨ଡିଗ୍ରି ରେକର୍ଡ
ବାଇକ୍ର ଟିମ୍ ଭୁବନେଶ୍ୱରରୁ ଘୁ.ଉଦୟଗିରି ଅଭିମୁଖେ ବାଇକ୍ ରାଇଡ କରି ଆସିଥିଲେ। ଭୁବନେଶ୍ୱରରୁ ସର୍ବମୋଟ ୧୩ଟି ବାଇକ୍ରେ ୧୬ ଜଣ ବାଇକ୍ ଆରୋହୀ ୨୨୦ କିମି ଯାତ୍ରା କରି ୨ ଦିନର ଭ୍ରମଣ ମଧ୍ୟରେରେ କଳିଙ୍ଗା ଘାଟି, ମୁକୁଲିଙ୍ଗିଆସ୍ଥିତ କାଲିଗାଡ଼ୁ ନାମକ ପ୍ରସିଦ୍ଧ ହିଲ୍ଟପ୍, କାକଲବାକି ଡ୍ୟାମ୍, ରାଜାଗାଡ଼ା ଜଳପ୍ରପାତ, କଳିଙ୍ଗା ବୋଟାନିକାଲ ଗାର୍ଡେନ ଭଳି ସୁନ୍ଦର୍ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରିଥିଲେ। ଘୁ.ଉଦୟଗିରିସ୍ଥିତ ମନୋରମା ରିସୋର୍ଟରେ ରାତ୍ରୀଯାପନ କରିଥିଲେ। ଦୁଇ ଦିନ ବୁଲିବା ପରେ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସୁନ୍ଦର୍ ପରିବେଶକୁ ପ୍ରସଂଶା କରିଥିଲେ। ଏହି ଅଞ୍ଚଳରେ ଥିବା ସମସ୍ତ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ମୌଳିକ ସୁବିଧା ଯୋଗେଇବା ସହ ଏହାର ବିକାଶ କରିବା ପାଇଁ ସରକାରଙ୍କୁ ନିବେଦନ କରିଥିଲେ ଭୁବନେଶ୍ୱରରୁ ଆସିଥିବା ବାଇକର ଗ୍ରୁପର ନେତୃତ୍ୱ ନେଉଥିବା ରୋହିତ ଦାସ।
ଏହି ଖବର ପଢ଼ନ୍ତୁ: ପରିବାର ଲୋକ କହିବାରୁ ଆମେ ବିବାହ କରିଥିଲୁ
ବାଇକରେ ଗ୍ରୁପର ଅନ୍ୟ ସଦସ୍ୟମାନେ ତଥା ସ୍ମୃତି ରଞ୍ଜନ, ଅଭିଶେକ, ସୌରଭ, ଡ. ସ୍ମୃତି ଓ ଅନ୍ୟମାନେ ବହୁ ଦୂରରୁ ଆସିଥିବା ବେଳେ ସ୍ଥାନୀୟ ଯୁବକ ଗୋବିନ୍ଦ ପାତ୍ର ଘୁ.ଉଦୟଗିରିରେ ରହିବା ଖାଇବା ଓ ପର୍ଯ୍ୟଟନସ୍ଥଳୀ ବୁଲିବା ବ୍ୟବସ୍ଥା ସୁରୁଖୁରୁରେ ସମ୍ପାଦିତ କରାଇବାରେ ସହଯୋଗ କରିଥିଲେ।
ଏହି ଖବର ପଢ଼ନ୍ତୁ: ୧୫ ଦିନ ମଧ୍ୟରେ ଶେଷ ହେବ ସୁଭଦ୍ରା ଯାଞ୍ଚ୍
ଚଳିତ ବର୍ଷ ଶୀତ ଲୁଚକାଳି ଖେଳ ଖେଳୁଛି। କିଛି ଦିନର ବ୍ୟବଧାନରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଗତ ଦୁଇ ସପ୍ତାହ ହେଲା ପାରଦ ତଳ ମୁହାଁ ହେବା ସହ ଓଡ଼ିଶାର ଡାର୍ଜିଲିଂ କୁହାଯାଉଥିବା ଘୁମୁସର ଉଦୟଗିରି ଅଞ୍ଚଳରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ହାଡ଼ଭଙ୍ଗା ଶୀତ ସହ ସକାଳ ଆଠଟା ପର୍ଯ୍ୟନ୍ତ ଘନ କୁହୁଡ଼ି ସାଙ୍ଗକୁ ସ୍ଥାନୀୟ ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ଏବେ ତୁଷାରପାତ ଜାରି ରହିଛି। ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଛି। ଆଗାମୀ ଦିନରେ ଶୀତ ଆହୁରି ବଢ଼ିବାର ଆଶଙ୍କା ରହୁଛି।
ଏହି ଖବର ପଢ଼ନ୍ତୁ: ସୁନ୍ଦରଗଡ଼ବାସୀଙ୍କ ଭାବାବେଗକୁ ସମ୍ମାନ ଦେଉଛୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/28/0XkFfAaIVnYx0O31YeGR.jpg)