ବିକ୍ରମଦେବ ମହାବିଦ୍ୟାଳୟ ୭୫ବର୍ଷ ପୂର୍ତ୍ତି ଉଦ୍‌ଘାଟନୀ ଉତ୍ସବ: ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ଉଠିଲା ସ୍ବର

ଉଦ୍‌ଘାଟନ କଲେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, ବିକ୍ରମଦେବଙ୍କ କୃତିର ଗବେଷଣା ହେବ: ବାହିନୀପତି

ବିକ୍ରମଦେବ ମହାବିଦ୍ୟାଳୟ ୭୫ବର୍ଷ ପୂର୍ତ୍ତି ଉଦ୍‌ଘାଟନୀ ଉତ୍ସବ: ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ଉଠିଲା ସ୍ବର

ଜୟପୁର : ଜୟପୁର ବିକ୍ରମଦେବ ସ୍ବଂୟଶାସିତ ମହାବିଦ୍ୟାଳୟ ୭୫ବର୍ଷ ପୂର୍ତ୍ତିର ଉଦ୍‌ଘାଟନୀ ଉତ୍ସବ ଗତ ଜୁଲାଇ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବାପାଇଁ ସ୍ବର ଉଠିଛି। ସମସ୍ତ ଅତିଥି, ପୁରତନ ଛାତ୍ର ଗୋଟିଏ ସ୍ବରରେ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ଦାବି ଉଠାଇଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି, ପୁରାତନ ଛାତ୍ରଙ୍କ ପ୍ରୟାସ ଜାରି ରହିଲେ ଏହି ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ହେବାକୁ କେହି ରୋକିପାରିବେ ନାହିଁ। ଆଧୁନିକ ଓଡ଼ିଶା ନିର୍ମାଣ ପାଇଁ ମହାବିଦ୍ୟାଳୟର ରୂପାନ୍ତୀକରଣ ତଥା ବିକାଶକୁ ସରକାର ଅଗ୍ରାଧିକାର ଦେଇଆସିଛନ୍ତି। ଜୟପୁର ବିକ୍ରମଦେବ ସ୍ବଂୟଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ରହିଥିବା ଦାବି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ବିକ୍ରମଦେବ ମହାବିଦ୍ୟାଳୟ ପୁରାତନ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଏହି ପ୍ଲାଟିନମ୍ ଜୁବ୍‌ଲି ଉତ୍ସବ ଆୟୋଜନ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢ଼ିବା ସହିତ ମନ୍ତ୍ରୀ ଶ୍ରୀପୂଜାରୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ବିଦ୍ୟାର୍ଥୀ ପରିଷଦ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ଉତ୍ସବରେ କୋରାପୁଟ ବିଧାୟକ ରଘୁରାମ ପଡାଲ, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ ଓ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିକ୍ରମଦେବ ମହାବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଆଣିଥିବା ବୈପ୍ଳବିକ ପରିବର୍ତ୍ତନ ସଂପର୍କରେ ଅତିଥିମାନେ କହିଥିଲେ। ଏହି ଅବସରରେ ଜୟପୁର ବିଧାୟକ ଶ୍ରୀ ବାହିନୀପତି ନିଜସ୍ବ ପାଣ୍ଠିରୁ ବିକ୍ରମଦେବଙ୍କ କୃତି ଓ ସାହିତ୍ୟର ଅନାଲୋଚିତ ଦିଗର ଗବେଷଣା ତଥା ପାଠାଗାର କୋଠା ନିର୍ମାଣ ନିମନ୍ତେ ଅନୁଦାନ ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ।

ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଗୋପାଳ ହାଲଦାର ମହାବିଦ୍ୟାଳୟର ଇତିହାସ ବିଷୟରେ ପ୍ରକାଶ କରିଥିଲେ। ଶେଷରେ, କମିଟିର ଉପସଭାପତି ସୁଧାକର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ, ପ୍ଲାଟିନମ୍‌ ଜୁବୁଲି ଉତ୍ସବ ଆସନ୍ତା ଡିସେମ୍ବର ମାସ‌ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe