୫୦% ସଂରକ୍ଷଣ ପାଇଁ ଆସିଲା ବିଲ୍

Advertisment

ବିଧାନସଭାରେ ପୌର ଆଇନ ସଂଶୋଧନ ବିଲ୍ ଆଗତ, ଆଜି ଆଗତ ହେବ ପଞ୍ଚାୟତ ଆଇନ ସଂଶୋଧନ ବିଲ୍

ବିଧାନସଭାରେ ପୌର ଆଇନ ସଂଶୋଧନ ବିଲ୍ ଆଗତ, ଆଜି ଆଗତ ହେବ ପଞ୍ଚାୟତ ଆଇନ ସଂଶୋଧନ ବିଲ୍

୫ ଦିନ ହେଲା ବିଧାନସଭା ଅଚଳ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

image source--odishaassembly.nic.in

ଭୁବନେଶ୍ବର : ପୌର ନିର୍ବାଚନରେ ସଂରଣକ୍ଷ ବ୍ୟବସ୍ଥା ୫୦% ଭିତରେ ରହିବ। ଏଥି ପାଇଁ ସରକାର ସୋମବାର ବିଧାନସଭାରେ ଓଡ଼ିଶା ପୌର ଆଇନ,୧୯୫୦ ଓ ଓଡ଼ିଶା ପୌର ନିଗମ ଆଇନ,୨୦୦୩ରେ ସଂଶୋଧନ ବିଲ୍‌ ଆଗତ କରିଛନ୍ତି। ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ବିଲ୍‌ ଆଗତ କରିଥିଲେ। ଆଜି ଓଡ଼ିଶା ପଞ୍ଚାୟତ ଆଇନରେ ସଂଶୋଧନ ବିଲ୍‌ ଆଗତ ହେବାକୁ ଦିନ ଧାର୍ଯ୍ୟ ହୋଇଥିଲେ ବି ସମୟ ଅଭାବରୁ ବିଲ୍‌ ଆଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରି ନ ଥିଲା। ‌ଏହା ଆସାନ୍ତାକାଲି ଆଗତ ହେବ।

ବିଲ୍‌ ଉପସ୍ଥାପନ କରି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ୧୮.୪.୨୦୧୮ରେ ହାଇକୋର୍ଟଙ୍କ ରାୟ ଦୃଷ୍ଟିରୁ ପୌରପାଳିକାଗୁଡ଼ିକରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅନ୍ୟ ପଛୁଆ ବର୍ଗର ନାଗରିକଙ୍କ ନିମନ୍ତେ ସଂରକ୍ଷଣର ସୀମା ୫୦ ପ୍ରତିଶତକୁ ଅତିକ୍ରମ କରିପାରିବ ନାହିଁ। ଏସ୍‌ସି ଓ ଏସ୍‌ଟିଙ୍କ କ୍ଷେତ୍ରରେ ଆସନ ସଂରକ୍ଷଣ ନିମନ୍ତେ ପ୍ରଚଳିତ ଆଇନରେ କୌଣସି ସଂ‌ଶୋଧନ କରିବା ଆବଶ୍ୟକ ନାହିଁ। କିନ୍ତୁ ସମୁଦାୟ ଆସନ ସଂରକ୍ଷଣକୁ ୫୦%ରେ ସୀମିତ ରଖିବା ପାଇଁ ଓବିସିଙ୍କ ନିମନ୍ତେ ଥିବା ୨୭% ସଂରକ୍ଷଣ ବ୍ୟବସ୍ଥାର ସଂଶୋଧନ କରାଯିବା ଆବଶ୍ୟକ। ତେଣୁ ଓଡ଼ିଶା ପୌର ଆଇନ, ୧୯୫୦ ଓ ଓଡ଼ିଶା ପୌର ନିଗମ ଆଇନ, ୨୦୦୩ର ସଂପୃକ୍ତ ବ୍ୟବସ୍ଥାକୁ ସଂଶୋଧନ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe