ବିଲ୍ଟ କାଗଜ କଳରୁ ଆରମ୍ଭ ହେଲା ଉତ୍ପାଦନ

ବିଲ୍ଟ କାଗଜ କଳରୁ ଆରମ୍ଭ ହେଲା ଉତ୍ପାଦନ

ଜୟପୁର : ଦୀର୍ଘ ୬ ମାସ ପରେ ଜୟପୁର ଉପକଣ୍ଠ ଗାଗନାପୁର ସ୍ଥିତ ବିଲ୍ଟ ପେପର ମିଲ ଚମିନିରୁ ଧୂଆଁ ବାହାରିଛି। ମିଲର ୨ନମ୍ବର ମେସିନରୁ ଆଜିଠାରୁ ଉତ୍ପାଦନ ଆରମ୍ଭ ହୋଇଛି। ଏହିପରେ ମିଲ୍‌ର ୭୭୨ କର୍ମଚାରୀ, ୯୦ ପରିଚାଳନା କର୍ମଚାରୀ ଓ ୬୦୦ ଜଣ ଶ୍ରମିକଙ୍କ ମୁହଁରେ ହସ ଫୁଟିଛି। ଆସନ୍ତାକାଲି ସୁଦ୍ଧା ୧ନମ୍ବର ମେସିନ ମଧ୍ୟ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି।

ଚଳିତ ବର୍ଷ ଜୁଲାଇ ୯ ତାରିଖରୁ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ମିଲ ବନ୍ଦ ରହିଥିଲା। ମାସିକ ଦରମା ପ୍ରଦାନର ତାରିଖ ଧାର୍ଯ୍ୟ କରିବା, ଦୀର୍ଘ ଦିନର ବକେୟା, ବୋନସ୍, ଡାକ୍ତରୀ ଚିକିତ୍ସା ଦେୟ, ୬ ମାସର ଦରମା, ଛୁଟି ପାଉଣା, ଛାତ୍ରବୃତ୍ତି, ଶ୍ରମିକଙ୍କ ଦରମା କଟାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପିଏଫ, ଇଏସଆଇ ଦେୟକୁ ପୈଠ ହୋଇନଥିବା ବେଳେ ତାହା ପ୍ରଦାନ କରିବା, ଯୋଗ୍ୟ ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରି ମିଳିତ କାର୍ଯ୍ୟାନୁଷ୍ଠାନ କମିଟି ସୁପାରିଶକୁ ପ୍ରାଧାନ୍ୟ ଦେବା ବନ୍ଦ କରିବା, ଶ୍ରମିକଙ୍କ ପିଲାଙ୍କ ନିଯୁକ୍ତିରେ ପାତର ଅନ୍ତର ବନ୍ଦ କରିବା, ଅବସରପ୍ରାପ୍ତ ଶ୍ରମିକମାନଙ୍କ ପୁନ ନିଯୁକ୍ତିରେ ପକ୍ଷପାତ ବନ୍ଦ କରିବା ଦାବି ନେଇ ଅନଶନରେ ବସିଥିଲେ। ଯାହାଫଳରେ ମିଲ ବନ୍ଦ ହୋଇଯାଇଥିଲା। ପରବର୍ତୀ ସମୟରେ ଆପୋଷ ଆଲୋଚନା ହୋଇ ସମାଧାନ ହେବାରୁ କାର୍ଯ୍ୟକ୍ଷମ ହୋଇଛି ଏହି ପେପର ମିଲ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe