ବିନିକା ଏନ୍‌ଏସି ନିର୍ବାଚନ: ଆରମ୍ଭରୁ ବିଜେଡି ଖାତାରେ ୨ ୱାର୍ଡ

ପଦ୍ମପୁର ଉପନିର୍ବାଚନ, ପ୍ରାର୍ଥୀଙ୍କୁ ମିଳିଲା ଦଳୀୟ ଚିହ୍ନ          

Sambad

ବିନିକା: ବିନିକା ଏନ୍‌ଏସି ନିର୍ବାଚନ ପାଇଁ ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ହୋଇଥିଲା। ନିର୍ବାଚନ ଅଧିକାରୀ ତଥା ବିନିକା ତହସିଲଦାରଙ୍କ ତତ୍ତ୍ବାବଧାନରେ ଏହି ପ୍ରାର୍ଥିପତ୍ର ଯାଞ୍ଚ ହୋଇଥିଲା। ବିନିକା ଏନ୍‌ଏସିରେ ୫ ଜଣ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସମସ୍ତ ପ୍ରାର୍ଥିପତ୍ର କାଏମ ରହିଛି। ସେହିପରି ବିନିକା ଏନ୍‌ଏସିରେ ୧୨ ଗୋଟି ୱାର୍ଡରେ ୩୩ ଜଣ କାଉନସିଲ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଯାଞ୍ଚ ସମୟରେ ୪ ଜଣଙ୍କ ପ୍ରାର୍ଥିପତ୍ର ଖାରଜ ହୋଇଯାଇଛି।

ବିନିକା ୧ ନମ୍ବର ୱାର୍ଡରେ  ୩ ଜଣଙ୍କ ମଧ୍ୟରୁ ବିଜେପିର ମମତା ସେଠୀ ଓ ବିଏସ୍‌ପିର ରାଧାରାଣୀ ବାଗଙ୍କ ପ୍ରାର୍ଥିପତ୍ର ଖାରଜ ହୋଇଯାଇଛି। ଉଭୟ ପ୍ରାର୍ଥୀ ଆବଶ୍ୟକ କାଗଜାତ ଦାଖଲ କରି ପାରିନଥିବାରୁ ପ୍ରାର୍ଥିପତ୍ର ଖାରଜ ହୋଇଥିବା ଜଣାଯାଇଛି। ଫଳରେ ଏହି ୱାର୍ଡରେ କେବଳ ବିଜେଡିର କଳ୍ପନା ଦୀପଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ସେହିପରି ୩ ନମ୍ବର ୱାର୍ଡରେ ବିଜେପିର ସସ୍ମିତା ବିଶ୍ବାଳ ଆବଶ୍ୟକ କାଗଜାତ ଦାଖଲ କରି ନ ପାରିବାରୁ ତାଙ୍କ ପ୍ରାର୍ଥିପତ୍ର ଖାରଜ ହୋଇଯାଇଛି। ଏଠାରେ ମଧ୍ୟ ବିଜେଡିର କୁନି ଚିରଗୁଣ ଜଣେ ମାତ୍ର ପ୍ରାର୍ଥୀ ରହିଛନ୍ତି।

ସେହିପରି ବିନିକା ଏନ୍‌ଏସି ୧୨ ନମ୍ବର ୱାର୍ଡଟି ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା ବେଳେ ସେଠାରେ କଂଗ୍ରେସ ଦଳରୁ ସୁଦାମ ଭୋଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଫଳରେ ତାଙ୍କ ପ୍ରାର୍ଥିପତ୍ର ଖାରଜ ହୋଇଯାଇଛି। ବିନିକା ଏନ୍‌ଏସିରେ କାଉନସିଲର ପାଇଁ ମୋଟ୍‌ ୩୩ ଜଣ ନାମାଙ୍କନପତ୍ର ଦାଖଲ କରିଥିଲା ବେଳେ ସେଥିରୁ ଯାଞ୍ଚ ସମୟରେ ୪ ଜଣଙ୍କର ଖାରଜ ହୋଇଯାଇଛି। ମୋଟ୍‌ ୨୯ ଜଣ ପ୍ରାର୍ଥିପତ୍ର କାଏମ ରହିଥିବା ବିନିକା ଏନ୍‌ଏସି ନିର୍ବାଚନ ଅଧିକାରୀ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe