ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଚଞ୍ଚକତା ଅଭିଯୋଗ: ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ହିତାଧିକାରୀ

Advertisment
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଚଞ୍ଚକତା ଅଭିଯୋଗ:  ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ହିତାଧିକାରୀ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବିନିକା ବ୍ଲକର ଭଣ୍ଡାର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଏସଇସିସି ତାଲିକାରେ ଚଞ୍ଚକତା କରି ଅର୍ଥ କାରବାର କରି ଗୃହ ବଣ୍ଟନ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାକୁ ଦାବି କରି ହିତାଧିକାରୀମାନେ ବିନିକା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ କୋଭିଡ ୧୯ ନିୟମ ମାନି ଧାରଣାରେ ବସିଥିଲେ।
ପ୍ରଥମେ ହିତାଧିକାରୀମାନେ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଧରଣାରେ ବସିଥିଲେ। ଦୀର୍ଘବର୍ଷ ଧରି ହିତାଧିକାରୀମାନେ ଏସିଇସିସି ତାଲିକାରେ ସାମିଲ ହୋଇଥିଲେ ମଧ୍ୟ ଆବାସ ଘର ଖଣ୍ଡି ସରକାର ପକ୍ଷରୁ ପ୍ରକୃତ ହିତାଧିକାରୀମାନଙ୍କୁ ମିଲିପାରି ନାହିଁ । ହେଲେ କିଛି ଗରିବ ଅସହାୟ ହିତାଧିକାରୀମାନଙ୍କୁ ଘର ଯୋଗାଇବା ବଦଳରେ ଏସସିସି ତାଲିକାରୁ ବାଦ୍ ଦିଆଯାଇଥିବା କହିଛନ୍ତି ଧାରଣାରେ ବସିଥିବା ହିତାଧିକାରୀମାନେ । ଏହି ସମସ୍ୟାକୁ ନେଇ ହିତାଧିକାରୀମାନେ ବାରମ୍ବାର ବିଡ଼ିଓଙ୍କ ପାଖରେ ଦାବି କରିଥିଲେ ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନଥିଲେ।

publive-image

ଏହାପରେ ବାଧ୍ୟହୋଇ ମଧୁସୂଦନ ଖେତି , ଅମ୍ବରୀଶ ପ୍ରଧାନ ,ବୀରବର ଵାଘ,ଗୁପ୍ତେ ପ୍ରଧାନ ପ୍ରମୁଖ ହିତାଧିକାରୀ ଗୃହ ବଣ୍ଟନରେ ଅନିୟମିତତା ଓ ଅର୍ଥକାର ବାର ହୋଇଥିବା ନେଇ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିଲେ । ଧାରଣାସ୍ଥଳକୁ ବିନିକା ବ୍ଳକ କାର୍ଯ୍ୟାଳୟ ମୁଖ୍ୟ କିରାଣୀ ବୀରେନ୍ଦ୍ର ରଥ ଓ ବ୍ଳକ ଵିଏସ୍ଏସ୍ଓ ଅଶ୍ବିନୀ ପାଣ୍ଡେ ପହଞ୍ଚି ହିତାଧିକାରୀମାନଙ୍କୁ ଆସନ୍ତାକାଲି ଠାରୁ ୪ ଜଣିଆ ଟିମ୍ ଗଠନ କରି ତଦନ୍ତ କରାଯିବା ସହ ୧୦ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କଲେ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସରକାରୀ ନିୟମ ଅନୁସାରେ ପ୍ରକୃତ ହିତାଧିକାରୀ ମାନଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ଘର ଯୋଗାଇ ଦିଆଯିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ହିତାଧିକାରୀ ଧାରଣାରୁ ଉଠି ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe