୬ ହଜାର ଟଙ୍କା ଲାଞ୍ଚ ନେଇ ବିଂଝାରପୁର ଥାନା ଏସ୍‌ଆଇ ଗିରଫ

Advertisment
୬ ହଜାର ଟଙ୍କା ଲାଞ୍ଚ ନେଇ ବିଂଝାରପୁର ଥାନା ଏସ୍‌ଆଇ ଗିରଫ

ବିଂଝାରପୁର : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଏସଆଇ ଫକୀରମୋହନ ସିଂହ। ଏକ ଗଣ୍ଡଗୋଳ ମାମଲାରେ ସହଯୋଗ କରିବାକୁ କହି ସେ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

publive-image

ମିଳିଥିବା ସୂଚନା ଅନୁସାରେ କଲ୍ୟାଣପୁର ପଞ୍ଚାୟତ ବୈରିବାଗ ଗ୍ରାମର ୨ ପରିବାର ମଧ୍ୟରେ କୌଣସି ଘଟଣାକୁ ନେଇ ଗତମାସ ମାରପିଟ୍‌ ହୋଇଥିଲା। ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ବିଂଝାରପୁର ଆଇଆଇସି ଅମରେନ୍ଦ୍ର ଦାସ ୫୧୪/୨୧ ଓ ୫୧୫/୨୧ରେ ଦୁଇଟି ମାମଲା ରୁଜୁ କରି ଏସଆଇ ସିଂହଙ୍କୁ ତଦନ୍ତ ଦାୟିତ୍ବ ଦେଇଥିଲେ। କେସ୍‌ ନମ୍ବର ୫୧୫/୨୧ରେ ୩ ଜଣଙ୍କୁ ଧାରା ୪୧ରେ ଜାମିନ କରିବା ସହ ଅନ୍ୟାନ୍ୟ ସହଯୋଗ କରିବେ ବୋଲି କହି ଏସଆଇ ସିଂହ କଲ୍ୟାଣପୁର ଗ୍ରାମର ବସନ୍ତ ଜେନାଙ୍କୁ ୬ ହଜାର ଟଙ୍କା ଦାବି କରିଥିଲେ। ଦାବି ମୁତାବକ ବସନ୍ତ ଆଜି ଅପରାହ୍ଣରେ ୬ ହଜାର ଟଙ୍କା ନେଇ ଥାନାକୁ ଯାଇଥିଲେ। ଏ ବିଷୟରେ ସେ ଭିଜିଲାନ୍ସକୁ ଜଣାଇ ଦେଇଥି‌ଲେ।

ଆଜି ବସନ୍ତଙ୍କଠାରୁ ଏହି ଟଙ୍କା ନେଉଥିବା‌ବେଳେ ଏସ୍‌ଆଇ ଫକିରମୋହନଙ୍କୁ ଭିଜିଲାନ୍ସ ଡିଏସ୍‌ପି ସୁଶୀଲ କୁମାର ଏକ୍କା ଓ ତାଙ୍କ ଟିମ୍ ମାଡ଼ିବସିଥିଲେ। ତାଙ୍କୁ ଗିରଫ କରି ଯାଜପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଅଧିକ ପଚରାଉଚରା କରାଯାଉଛି। ଏଥିସହ ଭିଜିଲାନ୍ସ ଟିମ୍‌ ଆଜି ଏସ୍‌ଆଇ ଫକୀରମୋହନ ସିଂହଙ୍କ ବିଂଝାରପୁର ଏବଂ କଟକ କନ୍ଦରପୁରସ୍ଥିତ ଘରେ ଚଢ଼ଉ କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe